Angul News: ଅନୁଗୁଳ ଆଜି ପୂଜ୍ୟ ପୂଜା ଅନୁଷ୍ଠାନ ପକ୍ଷରୁ ଶ୍ରୀ ପ୍ରବୋଧ କୁମାର ସ୍ବାଇଁଙ୍କ ଆୟୋଜନ ରେ ଏକ ସର୍ବଦଳୀୟ ସର୍ବଧର୍ମ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ମନମୋହନ ପ୍ରେମୀ ମାନ୍ୟବର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଙ୍କୁ ସଙ୍କିର୍ତନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକିର୍ତନ୍ ପୁର୍ବରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ଶୋକ ସଭାରେ ସଭାପତିତ୍ଵ କରିଥିଲେ ଶ୍ରୀଯୁକ୍ତ ଜଗଦାନନ୍ଦ ପ୍ରଧାନ।
ମୁଖ୍ୟ ବକ୍ତା ଭାବରେ ଅନୁଗୁଳ କଲେଜ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସର ଶ୍ରୀ ସିଂ ଙ୍କ ବ୍ୟକ୍ତିତ୍ଵ ଏବଂ ସେ କରିଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଶ୍ରୋତା ମାନଙ୍କୁ ନିଜ ବକ୍ତବ୍ୟ ମଧ୍ୟମରେ ଅବଗତ କରାଇଥିଲେ। ଏହି ସଭାରେ ଅନ୍ୟ ଜଣେ ବକ୍ତା ଅନୁଗୋଳ କଲେଜ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଉଦୟ ନାଥ ବେହେରା ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଟ କଂଗେସ ନେତା ଶ୍ରୀଯୁକ୍ତ ଦିଗାମ୍ବର ଗଡନାୟକ୍ ଶ୍ରୀଯୁକ୍ତ ସିଂ ଅର୍ଥ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଥିବା ବେଳେ ନେଇଥିବା ଯୁଗାନ୍ତକାରି ପଦକ୍ଷେପ ବିସୟରେ ଆଲୋଚନା କରିଥିଲେ। ସଭାର ସଭାପତି ଶ୍ରୀଯୁକ୍ତ ଜଗଦାନନ୍ଦ ପ୍ରଧାନ ଶ୍ରୀଯୁକ୍ତ ସିଂ ଦେଶର ବିକାଶ ପାଇଁ ନେଇଥିବା ଯୁଗାନ୍ତ କାରି ପଦକ୍ଷେପ ବିଶୟରେ ଶ୍ରୋତା ମାନଙ୍କୁ ଅବଗତ କରାଇଥିଲେ। ସମାଜ ସେବୀ ତଥା ଅନୁଗୋଳ ପୂଜ୍ୟପୂଜା ଅନୁଷ୍ଠାନର ସଭାପତି ଶ୍ରୀ ପ୍ରବୋଧ କୁମାର ସ୍ବାଇଁ ଶ୍ରୀଯୁକ୍ତ ସିଂ ଦେଶର ଅର୍ଥ ମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ସମୟରେ ଅର୍ଥ ବ୍ୟବସ୍ଥା କିପରି ଥିଲା ଏବଂ ପରେ ଅର୍ଥ ବ୍ୟବସ୍ଥା କିଭଳି ସୁଦୃଢ଼ ହୋଇଛି ସେ ବିସୟରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ବରିଷ୍ଷ୍ କଂଗେସ ନେତା ଶ୍ରୀଯୁକ୍ତ ବଲବିର ସିଂ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଜୟନ୍ତ କୁମାର ସାହୁ , କଂଗେସ ନେତା ଶ୍ରୀଯୁକ୍ତ ଟିକନ ବେହେରା , ଶ୍ରୀଯୁକ୍ତ ଜିତେନ କୁମାର ସାହୁ,ଶ୍ରୀଯୁକ୍ତ ରମାକାନ୍ତ ପ୍ରଧାନ, ଶ୍ରୀଯୁକ୍ତ ଦୁଷ୍ମନ୍ତ ଦଳବେହେରା, ଶ୍ରୀଯୁକ୍ତ ଜଗନ୍ନାଥ ବେହେରା, ରଞ୍ଜିତ ଗଡନାୟକ, ତ୍ରିନାଥ ସାହୁ, ଯୁବ ନେତା, ଶ୍ରୀ ଅଭିଷେକ ନାଏକ, ଶ୍ରୀ ବଳରାମ ବେହେରା, ଶ୍ରୀ ଦୁର୍ଗା ଶତପଥୀ, ଶ୍ରୀ ଭକ୍ତି ପ୍ରସାଦ ନାଏକ, ଶ୍ରୀ ଦୀପ୍ତି ରଞ୍ଜନ ଦାସ, ଶ୍ରୀ ଆଶୁତୋଷ ଦାସ, ଶ୍ରୀ ସହିଲ କୁମାର ନାଏକ, ଶ୍ରୀ ସୋମନାଥ ନାଏକ ଶ୍ରୀ ଅସିତ୍ କୁମାର ବେହେରା, ଶ୍ରୀ ଅଶୋକ କୁମାର ନାଏକ, ଶ୍ରୀ ବ୍ରହ୍ମା ଗୋଚ୍ଛାୟତ, ଶ୍ରୀଯୁକ୍ତ ଅନ୍ତର୍ଯୟାମୀ ନାଏକ,ବରିଷ୍ଟ ନେତା ଶ୍ରିଯୁକ୍ତ ଚୌଧୂରି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସଭା ଏବଂ ସମସ୍ତ ଙ୍କୁ ପ୍ରସାଦ ବଣ୍ଟନ କରିଥିଲେ।