Spread the love

ଅନୁଗୁଳ: ଏବେ ଓଡ଼ିଶାରେ ଡବଲ୍ ଇଞ୍ଜିନର ସରକାର ଚାଲିଛି । ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ଶାସନ ବ୍ୟବସ୍ଥାକୁ ହଟାଇବା ପାଇଁ ଆମ କାଯ୍ୟକର୍ତାମାନେ ବହୁ ସଂଘର୍ଷ କରିଥିଲେ । କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଓ ଦୃଢ ନିଷ୍ଠା କାରଣରୁ ଓଡିଶାବାସୀ ଆମ ଉପରେ ଆସ୍ଥାପ୍ରକଟ କରି ଆମକୁ ଭୋଟ ଦେଇଥିଲେ ଏବଂ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିପାରିଛି । ଆଜି ସାଢ଼େ ଚାରି କୋଟି ଓଡ଼ିଆ ଆମ ଉପରେ ଖୁସି ଅଛନ୍ତି । ସରକାର ର ତିନିମାସ ନ ପୂରୁଣୁ ବିଜେପି ତାର ସଂକଳ୍ପ ପତ୍ର ରେ ଦେଇଥିବା ସମସ୍ତ ପ୍ରତିଶୃତି ଆଜି ପୂରଣ ହେବାକୁ ବସିଲାଣି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ପ୍ରକାଶ କରିଛନ୍ତି।

ଏବେ ଅଧିକରୁ ଅଧିକ ସଦସ୍ୟ ଆମ ସଙ୍ଗଠନ ସହ ଯୋଡିବାର ସମୟ ଆସିଛି । ଆମେ ଯେଉଁମାନେ ଆଜି ବଡ ଦାୟିତ୍ୱରେ ବସିଛେ, ତାର ପ୍ରଥମ ସୋପାନ ସଙ୍ଗଠନର ତୃଣମୂଳସ୍ତରରୁ ହିଁ ଆରମ୍ଭ ହୋଇଛି । ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର । ସଙ୍ଗଠନ ଚଳାଇବାର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା । ବିଜେପି ଦଳର ଶକ୍ତିର ମୂଳ ଆଧାର ହେଉଛି ସଙ୍ଗଠନ । ସଙ୍ଗଠନର ଶକ୍ତି ସହିତ ଆମର ବୈଚାରିକ ସ୍ପଷ୍ଟତା ଓ ଗରୀବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କର ବିଶ୍ୱାସଭାଜନ କରିଛି । ଆମ ସଦସ୍ୟତା ଅଭିଯାନ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ ବୋଲି ଶ୍ରୀ ଖଟେଇ ପ୍ରକାଶ କରିଛନ୍ତି |ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ, ସାଂସ୍କୃତିକ, ଦେଶପ୍ରେମ ର ବିଚାରଧାରାକୁ ପାଥେୟ କରି ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଅଧିକ ରୁ ଅଧିକ ସଦସ୍ୟଙ୍କୁ ସଦସ୍ୟତା କରାଇବା ଲକ୍ଷ ଆମର ରହିବା ଦରକାର ବୋଲି ସେ କହିଥିଲେ ।

ଜିଲ୍ଲାର ସମସ୍ତ ବୁଥ ରେ ଆମେ ସଦସ୍ୟ କରାଇବା ଆମର ଲକ୍ଷ । ସଦସ୍ୟତା ଅଭିଯାନର ଗୁରୁ ଦାୟିତ୍ୱ ଆମର କାର୍ଯ୍ୟକର୍ତାମାନଙ୍କ ଉପରେ ନ୍ୟସ୍ତ |ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଛିଡ଼ା ହୋଇଥିବା ଏହି ଦଳ ବହୁ ସଂଘର୍ଷ, ତପସ୍ୟା ପରେ ୧୮ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ସହିତ ଆଜି ବିଶ୍ୱର ଏକ ନମ୍ବର ରାଜନୈତିକ ଦଳ ହୋଇପାରିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବା ଏହି ଦଳର ଆତ୍ମା ହେଉଛନ୍ତି ତାର ସଦସ୍ୟ । ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ । ସମାଜର ସବୁଠାରୁ ତଳ ପାହାଚରେ ଥିବା ଲୋକଙ୍କ ସେବା କରିବା ସହ ସେମାନଙ୍କୁ ଦଳର ବିଚାରଧାରା ସହ ଯୋଡ଼ିବା ହେଉଛି ବିଜେପିର ଉଦ୍ଦେଶ୍ୟ । ସମାଜର ସବୁ ବର୍ଗ ଓ ସବୁସ୍ତରର ଲୋକଙ୍କୁ ଯୋଡି ବିଜେପିକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ ବୋଲି ସମୀକ୍ଷା ବୈଠକରେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ
କହିଛନ୍ତି|
ଏହି ଅବସରରେ ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ସଦସ୍ୟତା ସଂଯୋଜକ ଦିଲ୍ଲୀପ ପ୍ରଧାନ, ସହ ସଂଯୋଜକ ସୁଦିପ ଗଡ଼ନାୟକ, ପ୍ରମିମା ମିଶ୍ର,ପର୍ଶୁରାମ ବାରିକ ଓ ଭବାନୀ ଜ୍ୟୋତିଷ ରାୟ, ପ୍ରମୁଖ ଯୋଗଦେଇ ସଦସ୍ୟତା କୁ ବ୍ୟାପକ କରିବା ଓ ଲକ୍ଷ ସ୍ଥଳ ରେ ପହଞ୍ଚାଇବା ଉପରେ ମତ ପ୍ରକାଶ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଅମୀୟ ତ୍ରିପାଠୀ, ଅର୍ଜୁନ ସାହୁ, ବିଶ୍ୱଜିତ ମିଶ୍ର, ଚନ୍ଦନ ସ୍ୱରାଜ, ସୁଜାତା ଦାସ, ବସନ୍ତ ମଞ୍ଜରୀ ପ୍ରଧାନ, ରୋଜାଲିନ ଦାସ, ଶୁଚିସ୍ମିତା ତ୍ରିପାଠୀ, ନମିତା ଦଳ ବେହେରା ଙ୍କ ସମେତ ଜିଲ୍ଲା ର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି ମଣ୍ଡଳ ସଦସ୍ୟତା ସଂଯୋଜକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *