Spread the love

Angul News: ଅନୁଗୋଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନୁଗୋଳ ଜିଲ୍ଲା ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ମଇଦାନଠାରୁ ଆରମ୍ଭ ହୋଇ ରାଜା ଛକ ଦେଇ ବଜାର ଛକ ଦେଇ ଜଗନ୍ନାଥ ମନ୍ଦିର ପାଖ ଟାଉନ ହଲ ପାଖରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ପାଖାପାଖି 200 ରୁ ଅଧିକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ତା’ପରେ ଟାଉନ ହଲ ପାଖରେ ଏକ ସ୍ଵାଧୀନତା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ADM ପ୍ରତାପ ପ୍ରିତିମୟ , ସମ୍ମାନନୀୟ ଅତିଥି ଭାବରେ ex ବାୟୁ ସେନା ପ୍ରଦୀପ୍ତ ବିଶ୍ଵାଳ, ଆଇନଯିବି ପ୍ରଦୀପ ପଣ୍ଡା, ଅନୁଗୋଳ ଜିଲ୍ଲାର ca ର ସଭାପତି ସୁଶାନ୍ତ କୁମାର ଖଟୁଆ, ମୁଖ୍ୟ ବକ୍ତା ମାନନୀୟ ନିକୁଞ୍ଜ ବିହାରୀ ପଣ୍ଡା, ଓଡ଼ିଶା ପ୍ରଦେଶ ସହ ସଂଗଠନ ସମ୍ପାଦକ ABVP ଏହି କାର୍ଯ୍ୟକ୍ରମରେ ରହି ଛାତ୍ରଛାତ୍ରୀଙ୍କୁ ଉସ୍ଥାହିତ କରିଥିଲେ ଏବଂ ଅନୁଗୋଳ ନଗରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମରେ ଭାଗ ନେଇଥିଲେ। ସଙ୍ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶତାଧିକ ଅଂଶଗ୍ରହଣ କରିଥିଲେ ସେଥି ମଧ୍ୟରୁ 63 ଜଣଙ୍କୁ ପୁରସ୍କୃତ କରାହୋଇଥିଲ।

ଏହି କାର୍ଯ୍ୟକ୍ରମ ରେ ଛେଣ୍ଡିପଦା ନଗର ସମ୍ପାଦିକା ରଞ୍ଜୁବାଳା ପ୍ରଧାନ ,ଅନୁଗୋଳ ନଗର ସମ୍ପାଦିକା ଗାୟତ୍ରୀ ସାହୁ , ସହ ସଂମ୍ପାଦକ ଶୁଭମ୍ ଆପାତ, ବିଭାଗ ଖେଲୋ ଭାରତ ପ୍ରମୁଖ ସର୍ତ୍ତାଜ ରଥ, ଜିଲ୍ଲା ସହ ସଂଯୋଜକ ସୁମନ ସାହୁ, ପ୍ରଦୀପ, ଶାଶ୍ଵତ, ଏହି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ,ତପନ କୁମାର ସାମଲ ମଞ୍ଚ ପରିଚାଳନା କରୁଥିଲେ ଶେଷରେ ଜିଲ୍ଲା ସଂଯୋଜକ ଆଶିଷ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *