Spread the love

Angul News (ସୁବ୍ରତ ପଟ୍ଟନାୟକ): ତାଳଚେର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ତଥା ରାଜ୍ୟ ସରକାର ଦଳୀୟ ଆଧାରରେ ଘର ବାଣ୍ଟିବା ବିରୁଦ୍ଧରେ ବିଜେପି ପକ୍ଷରୁ ରାଜ୍ୟ ସମ୍ପାଦକ ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲ ଙ୍କ ନେତୃତ୍ୱ ରେ ତାଳଚେର ବ୍ଲକ ଘେରାଉ କରାଯାଇଛି |ତାଳଚେର ବ୍ଲକ ଘେରାଉ ସହ ଏକ ଦାବିପତ୍ର ତାଳଚେର ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି |ତାଳଚେର ବ୍ଲକ ରେ ଦୁଇ ହଜାର ରୁ ଉର୍ଦ୍ଧ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଦରଖାସ୍ତ କରିଥିବା ବେଳେ ମାତ୍ର 351 ଟି ଘର ବ୍ଲକ କୁ ଆସିଛି ମୋଦୀ ସରକାର ପ୍ରଚୁର ଘର ପଠାଉ ଥିବା ବେଳେ ପ୍ରକୁତ ହିତାଧିକାରୀ ଙ୍କୁ ରାଜ୍ୟ ସରକାର ଘର ନ ଦେଇ ଦଳୀୟ ଆଧାରରେ ଏବଂ ଅର୍ଥ ନେଇ ଅଯୋଗ୍ୟ ହିତାଧିକାରୀ ଙ୍କୁ ଘର ଦିଆ ଯାଉଛି ବୋଲି କାଳନ୍ଦି ସାମଲ ପ୍ରକାଶ କରିଛନ୍ତି |ତାଳଚେର ବ୍ଲକ ର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନ ଯୋଗାଇଲେ ଆଗାମୀ ଦିନରେ ବ୍ଲକ କୁ ଅଚଳ କରିବାକୁ ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି |ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସାମଲ ଙ୍କ ସମେତ ବରିଷ୍ଠ ନେତା ଯଯାତି ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ରାଜେନ୍ଦ୍ର ସିଂହ,ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, ,ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ବିଭୁତି ସାହୁ, ବରିଷ୍ଠ ନେତା ବିରଞ୍ଚି ସାହୁ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ, ସତ୍ୟବନ୍ତ ସାହୁ, ସରପଞ୍ଚ ସହଦେଵ ସାହୁ, ସମିତି ସଦସ୍ୟ କରୁଣା କର ସାହୁ,ଉର୍ମିଳା ଦେହୁରୀ, ଜସ୍ମିନ ପ୍ରଧାନ, ସୁନୀଲ ବିଶ୍ୱାଳ, ସନ୍ତୋଷ କୁମାର ମହାଶୂପକାର, ଇତନୁ ଭୁକ୍ତା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ |

Leave a Reply

Your email address will not be published. Required fields are marked *