Spread the love

Angul News: ଜୈବ ବିବିଧତାକୁ ବଞ୍ଚାଇ ରଖିବାକୁ ଉଦ୍ୟମ। ତାହା ପୁଣି ସରକାରୀ ନୁହେଁ ବରଂ ଗ୍ରାମବାସୀଙ୍କ ସମେତ ବେସରକାରୀ ସ୍ତରରେ ହୋଇଛି ଉଦ୍ୟମ । ପାରମ୍ପରିକ ଖାଦ୍ୟ ସାଙ୍ଗକୁ ପ୍ରଦର୍ଶିତ ହୋଇଛି ଜଙ୍ଗଲ ଜାତ ଦ୍ରବ୍ୟ । ଜଳ ଜମି ଜଙ୍ଗଲ ମନୁଷ୍ୟ ସମାଜ ପାଇଁ କେତେ ଉପାଦେୟ ଓ ଏହାର ସୁରକ୍ଷା କେତେ ଜରୁରୀ ତାହାର ଆବଶ୍ୟକତା ଭିତ୍ତି କରି ଆରମ୍ଭ ହୋଇଥିବା ଜୈଵ ବିବିଧତା ମେଳା ଇତି ମଧ୍ୟରେ ଉଦଯାପିତ ହୋଇଯାଇଛି ।
ବିଶେଷ ଭାବେ ଅନୁଗୁଳ ଜିଲ୍ଲାଆଠମଲ୍ଲିକ ବ୍ଲକ କନ୍ତପଡା ଠାରେ ଅନୁଷ୍ଠିତ ହୋଇଯାଇଛି ଏଭଳି ଏକ ମେଳା । ଯଉଁଥିରେ ଅନୁଗୁଳ ବ୍ଲକର ତିନିଟି ଓ ଆଠମଲ୍ଲିକ ବ୍ଲକ ର ପ୍ରାୟ ଛଅ ଟି ପଂଚାୟତ ର ପ୍ରାୟ ୯୦ ଖଣ୍ଡ ଗାଁ ର ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ । ଏହି ମେଳା କୁ ଉଭୟ ଏଫଇଏସ ଓ ଚାରମଲିକ ଏବଂ ଷୋଳପଦା ବିକାଶ କମିଟି ଆୟୋଜକ କରିଥିଲେ ।
ବିଭିନ୍ନ ଗ୍ରାମରୁ ଗ୍ରାମବାସୀମାନେ ଶଗଡ଼ ଗାଡ଼ି ରେ ବିଭିନ୍ନ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ୟ ସହ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ନେଇ ମେଳାରେ ପହଞ୍ଚି ଥିଲେ । ଜଙ୍ଗଲ ଅଂଚଳର ସଂଗୃହିତ ଫୁଲ ,ଫଳ , ଶାଗ , ପତ୍ର ସହ ପାରମ୍ପରିକ ଜ୍ଞାନ କୌଶଳ ରେ ପ୍ରସ୍ତୁତ କୃଷି ଉପକରଣ ମଧ୍ୟ ମେଳା ରେ ବେଶ ଆଦୃତି ଲାଭ କରିଥିଲା

Leave a Reply

Your email address will not be published. Required fields are marked *