ଅନୁଗୁଳ/ତାଳଚେର: ଓଡ଼ିଶାର ରତ୍ନ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସେପ୍ଟେମ୍ବର ୨୪ଓ ୨୫ ଦୁଇ ଦିନିଆ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।ରବିବାର ସେପ୍ଟେମ୍ବର ୨୪ଓଡ଼ିଶାରେ ପୁରୀ ରୁ ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ର ଶୁଭାରମ୍ଭ କରି ସେହି ଟ୍ରେନ ଯୋଗେ ତାଳଚେର ରୋଡ଼ ଠାରେ ପହଞ୍ଚିବେ, କିଛି ସମୟ ପରେ ପୁନଶ୍ଚ ସେହି ଟ୍ରେନ ରେ ଅନୁଗୁଳ ଷ୍ଟେସନ ରେ ପହଂଚି ଦେବଗଡ଼ ଟାଉନ କୁ ଯାଇ ସନ୍ଧ୍ୟାରେ ଗଣେଶ ପୂଜା ମଣ୍ଡପ ଦର୍ଶନ କରିବେ।ସେଠାରୁ ଛେଣ୍ଡିପଦା ଆସି ରାତ୍ରି ଯାପନ କରିବେ।ସୋମବାର ସେପ୍ଟେମ୍ବର ୨୫ ଛେଣ୍ଡିପଦା ପରଙ୍ଗ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ସେବାପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର କୁ ଉଦଘାଟନ କରିବା ସହ କଣିହାଁ ବ୍ଲକ ସାନତ୍ରିବିଡା ପଂଚାୟତ ର ଚନ୍ଦ୍ରବିଲ ଗ୍ରାମ କୁ ଆସି ଶହୀଦ ବିକା ନାଏକ ଙ୍କ ଘରକୁ ଯାଇ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ମାଟି ସଂଗ୍ରହ କରିବା ସହ ଶହୀଦ ପରିବାର ଙ୍କୁ ସମ୍ମାନିତ କରିବେ।ସନ୍ଧ୍ୟାରେ ତାଳଚେର ସହର ର ପ୍ରସିଦ୍ଧ ଗଣେଶ ପୂଜା ମଣ୍ଡପ ବୁଲି ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଉଭୟ ଜିଲ୍ଲାରେ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି।