Spread the love

Angul News: ଅନୁଗୁଳ: ଅନୁଗୁଳ ସଭାଘରଠାରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ରାଜ୍ୟରେ ୨୪ ବର୍ଷଧରି ସ୍ଥାଣୁ ଅପାରଗ ସରକାରକୁ ଓଡିଶାର ଜନସାଧାରଣ ବଦଳାଇ ଡବଲ ଇଂଜିନ ସରକାର ଆଣିବା ପରେ ଆଜି ସମସ୍ତ କ୍ଷେତ୍ରରେ ବିକାଶ ଚାଲୁ ରହିଛି। ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ଆଜି ମହିଳା, ଯୁବକ, ଶ୍ରମିକ ଓ କୃଷକମାନଙ୍କର ସାମଗ୍ରୀକ ବିକାଶ ପାଇଁ କାର୍ଯ୍ୟ କରୁଛି।

ନିର୍ବାଚନ ସମୟରେ ବିଜେପିର ସଂକଳ୍ପ ପତ୍ରରେ ସ୍ଥାନିତ ହୋଇଥିବା ସମସ୍ତ ପ୍ରତିଶୃତି ଆଜି ଗୋଟି ଗୋଟି କରି ପୂରଣ ହେବାରେ ଲାଗିଛି। କୃଷକମାନଙ୍କର ଆୟ ଦୁଇଗୁଣିତ କରିବା ପ୍ରତିଶୃତି ଆଜି ପୂରଣ ହେବାରେ ଲାଗିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଚାଷୀମାନଙ୍କୁ ଦିଆଯାଇଛି। ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅହରହ ପରିଶ୍ରମ କରୁଛନ୍ତି ତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଥିଲେ। କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗଦେଇ କୃଷକ ମାନଙ୍କର ସମସ୍ୟାକୁ ସବୁ କ୍ଷେତ୍ରରେ ହୃଦୟଙ୍ଗମ କରି ଯେଉଁଭଳି ଭାବେ ସମାଧାନ କରାଯାଉଛି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ପ୍ରକାଶ କରିଥିଲେ।

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ମୋହନ ସରକାର ୨୦୪୭ ଓ ୨୦୩୬ ମିଶନକୁ ନେଇ ବିକଶିତ ଭାରତ ସଙ୍ଗେ ବିକଶିତ ଓଡ଼ିଶା ଗଠନ. ଦିଗରେ କାର୍ଯ୍ୟ କରୁଛନ୍ତି। ଓଡିଶାର ଜନସାଧାରଣଙ୍କର ସେବା କରିବାର ଦାୟିତ୍ୱ ବିଜେପିକୁ ମିଳିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ବିକାଶ ର ଧାରା ଚାଲୁ ରହିବା ସହ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ନିଜର ଅଭିଯୋଗ ଜଣାଇ ପାରୁଛନ୍ତି, ବିଜେପି ସରକାର ଆଜି ଲୋକଙ୍କ ସରକାର ରେ ପରିଗଣିତ ହୋଇଛି, ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ବୋଲି ଶ୍ରୀ ପାଣି ପ୍ରକାଶ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ପୁଲିନ ପ୍ରକାଶ ପୁହାଣ, ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଗତ, ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଜଗନ୍ନାଥ ଗଡ଼ନାୟକ, ପ୍ରମୁଖ ରାଜ୍ୟ ସରକାର ଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ |ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |ବିଜେପି ର ଜିଲ୍ଲା ର ସମସ୍ତ ପଦାଧିକାରୀ ଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *