Spread the love

Angul News (ସୁବ୍ରତ ପଟ୍ଟନାୟକ): ସମ୍ବଲପୁର କଟକ ୫୫ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ପ୍ରତ୍ୟକ ଦିନ ଦୁର୍ଘଟଣାରେ ବହୁ ଧନଜୀବନ କ୍ଷୟ ହେଉଛି। ତେଣୁ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ରାଜପଥ ଅବରୋଧ କରାଯାଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଡ଼ାକରାରେ ଅନୁଗୁଳର ହୁଲିରୁସିଂହା ଓ ବଅଁରପାଳ ଠାରେ ଶତାଧିକ ବିଜେଡି କର୍ମୀ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ବସି ରହିଥିଲେ। ଫଳରେ ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଥିଲା। ନାହିଁ ନଥିବା ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ପୋଲିସ ଏହାକୁ ନିୟନ୍ତ୍ରଣ କରି ସମାଧାନ କରିଥିଲା। ଆଜି ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛି। ତୁରନ୍ତ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ କରାନଗଲେ ଆଗାମୀ ଦିନରେ ଆହୁରି ବଡ଼ ଧରଣର ଆନ୍ଦୋଳନ କରିବାକୁ ବିଜେଡି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *