Spread the love

Angul News: ଅନୁଗୋଳ ୨୪।୧୨ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ଜାନୁଆରୀ ୨୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ଯୁଦ୍ଧିଷ୍ଠିର ଜେନା ଓ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ନିଖିଳ ଭାରତ କଂଗ୍ରେସ କମିଟିର ନବ ନିଯୁକ୍ତ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଆହ୍ବାନ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ପାଇଁ ବୁଥ ସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା, ପ୍ରଦେଶ ସ୍ତରରେ ଏହାକୁ ବ୍ୟାପକ କରିବା ପାଇଁ ସଂକଳ୍ପ ନିଆ ଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ୯ରୁ ୯୦ ଶ୍ଳୋଗାନକୁ ସଫଳ କରିବା ପ୍ରତ୍ୟେକ କଂଗ୍ରେସ କର୍ମୀ ବ୍ରତ ଭାବେ ଗ୍ରହଣ କରି ଆଗକୁ କାମ କରିବା ପାଇଁ ଏହା ଏକ ସେତୁ ଭଳି କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ବିଭିନ୍ନ ବ୍ଲକରେ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଁ ନାମ ଘୋଷଣା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ ବ୍ଲକ କଂଗ୍ରେସ ସଭାପତି, ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା, ବିଭିନ୍ନ ସେଲର ଅଧ୍ୟକ୍ଷ ଓ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ନିଆ ଯାଇଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲାରେ ସଫଳ କରିବା ପାଇଁ ନିଜ ନିଜର ମତ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *