Angul News (ସୁବ୍ରତ ପଟ୍ଟନାୟକ): ପାଳଲହଡ଼ା ବ୍ଲକ କୁଞ୍ଜାମ ଇଁଜିଡି ରୋହିଲା ମୁଣ୍ଡୁରି ବେଡ ପଞ୍ଚାୟତ ରେ ଘୋର ମରୁଡ଼ି ପରିସ୍ଥିତି ଦେଖାଦେଇଛି ସ୍ଵଳ୍ପ ବୃଷ୍ଟିପାତ କାରଣରୁ । ଧାନ ଫସଲ ଭଲ ହୋଇନାହିଁ। ଆଜି ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ଵରେ ଗ୍ରାମବାସୀ ଜିଲ୍ଲାପାଳ ଅନୁଗୋଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଭେଟି ମରୁଡ଼ି ଘୋଷଣା ଓ କ୍ଷତି ପୂରଣ ପାଇଁ ଦାବୀ କରିଥିଲେ। ଧାନ କଟା ଶେଷ ହେବାକୁ ବସିଲାଣି। ଅବଶିଷ୍ଟ ହାତୀ ଓ ବାରହା ଉପଦ୍ରବ ଫସଲ ନଷ୍ଟ ହେଉଛି । ଆରଆଇ, କୃଷି କର୍ମଚାରୀ ଇନସ୍ୟୁରାନ୍ସ କମ୍ପାନୀ, ମରୁଡ଼ିଗ୍ରସ୍ତ ଅଂଚଳ ଗସ୍ତ କରୁନାହାନ୍ତି। ଇନସ୍ୟୁରାନ୍ସ କମ୍ପାନୀର ଚଞ୍ଚକତା କାରଣରୁ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ମରୁଡ଼ି ଅଂଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବାକୁ ଗ୍ରାମବାସୀ ଦାବୀ କରିଥିଲେ। ନଚେତ ପାଞ୍ଚ ପଞ୍ଚାୟତ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଥଲେ। ଶ୍ରୀ ମହାନ୍ତିଙ୍କ ସମେତ ଅକ୍ଷୟ କୁମାର ପ୍ରଧାନ ପଦ୍ମଲୋଚନ ସାମଲ ଫକିର ମୋହନ ସାହୁ ମୁରଲୀ ଧର ମହାପାତ୍ର ମୋହନ ସାମଲ, ଶଙ୍କର ମହାନ୍ତି ମୁକୁନ୍ଦ ବିଶ୍ଵାଳ ଦେବାଶିଷ କିଶiନ ଅକ୍ଷୟ ସାହୁ ପ୍ରମୁଖ ଭେଟି ଥିଲେ।