Spread the love

Angul News: ଅନୁଗୋଳ: ନବରତ୍ନ କାରଖାନା ନାଲକୋ ନାଲକୋ ପ୍ରଶାସନିକ ଅଧିକାରୀ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଶ୍ରମିକ ମାନଙ୍କୁ ଯେଉଁ ସୁବିଧା ସୁଯୋଗ ଅତି ସହଜ ରେ ମିଳୁଥିଲା ତାହାକୁ ପାଇବା ପାଇଁ ଆଜିର ଦିନରେ ସଂଘର୍ଷ କରିବା ସହିତ ଗଣ ଧାରଣା ଦେବାକୁ ପଡୁଛି | ଆଜି ଏଭଳି ଘଟଣା ଦେଖିବାକୁ ମିଳିଥିଲା ସ୍ମେଲଟର ର ପ୍ରଶାସନିକ ଭବନ ସମ୍ମୁଖରେ ନେପୁ ଶ୍ରମିକ ସଂଗଠନ ତରଫରୁ ପନ୍ଦର ଦଫା ଦାବି ନେଇ ଗଣ ଧାରଣା ଦିଆ ହୋଇଥିଲା , ସେମାନଙ୍କ ଦାବି ଗୁଡିକୁ ଅନେକ ସମୟରେ ନାଲକୋ ମୁଖ୍ୟ ଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଏଥି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି , ସେମାନଙ୍କର ଦାବି ଗୁଡିକ ହେଲା ୨୦୧୭ ମସିହା ଠାରୁ ବକେୟା ଥିବା ଇନସେଣ୍ଟିଭି ରିଭିଜନ କରିବା, ଅତିଶୀଘ୍ର ୟୁନିଫର୍ମ୍ କୁ ପ୍ରଦାନ କର , ଦୁଇ ବର୍ଷ ର ବରିଷ୍ଟତା ଭିତିରେ ଏରିୟର ପ୍ରଦାନ, ୨୪ ଘଣ୍ଟିଆ କ୍ୟାଣ୍ଟିନ ର ବ୍ୟବସ୍ଥା, ନାଲକୋ କର୍ମଚାରୀ ମାନେ ରହୁଥିବା ଟାଉନସିପ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ,ଅନୁଗୋଳ ର ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ବସ ସେବା ପ୍ରଦାନ କରିବା , ଜାତୀୟ ରାଜପଥ ୫୫ ରେ ପାରି ହେବା ପାଇଁ ସବୱେ ର ନିର୍ମାଣ କରିବା ଯାହାଦ୍ୱାରା ଡିପିଏସ୍ ର ଛାତ୍ରଛାତ୍ରୀ ଙ୍କ ସହିତ ନାଲକୋ ରେ କାର୍ଯ୍ୟରତ କର୍ମଚାରୀ ମାନେ ସହଜରେ ରାସ୍ତା ପାର ହୋଇ ପାରିବେ , ଟାଉନସିପ ରେ ଥିବା କଲ୍ୟାଣି ମଣ୍ଡପ ଓ କମ୍ୟୁନିଟ ସେଣ୍ଟର ର ନବୀକରଣ,ନାଲକୋ କର୍ମଚାରୀ ମାନଙ୍କୁ ପୁନଃ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା, ନାଲକୋ ର ଅତିଥି ନିବାସ କୁ ସାମାଜିକ କାର୍ଯ୍ୟକ୍ରମ ର ଆୟୋଜନ ପାଇଁ ଦିଆଯାଉ , ନାଲକୋ ରେ ଥିବା ଦୁଇ ଟି ବିଦ୍ୟାଳୟ ରେ ଖାଲି ଥିବା ଶିକ୍ଷକ ପଦ ଗୁଡିକୁ ପୂରଣ କରାଯାଉ , ସନ୍ତରଣ କୁଣ୍ଡ ର ନିର୍ମାଣ କରାଯାଉ , କ୍ଵାଟର ଗୁଡିକୁ ପ୍ରତି ଦୁଇ ମାସ ରେ ଥରେ ଆବଣ୍ଟନ ର ବ୍ୟବସ୍ଥା କରାଯାଉ , ସ୍ଥାୟୀ କର୍ମଚାରୀ ନିଯୁକ୍ତି କୁ ଅତି ଶୀଘ୍ର ପୂରଣ କରାଯାଉ , କାରଖାନା ରେ ଥିବା ପୁରୁଣା ଯନ୍ତ୍ରାଂଶ ର ନବୀକରଣ କରାଯାଉ | ପୂର୍ବରୁ ମଧ୍ୟ ଏହି ନେପୁ ସଂଗଠନ ଦ୍ଵାରା ଭୁବନେଶ୍ୱର ଠାରେ ଥିବା କାର୍ଯ୍ୟାଳୟ ରେ ଗଣଧାରଣା ଦିଆ ହୋଇଥିଲା ଓ ସେହି ସମୟରେ ଏ ଗୁଡିକ ର ପୂରଣ ପାଇଁ ନାଲକୋ ର ପ୍ରଶାସନିକ ସ୍ତରରେ ପ୍ରତିଶୃତି ମିଳିଥିଲା କିନ୍ତୁ ଏଥିରେ କୌଣସି ପ୍ରକାର ଅଗ୍ରଗତି ନ ହେବାରୁ ଆଜି ଏହି ଗଣ ଧାରଣା ଦିଆ ଯାଇଥିବା କୁହାଯାଇଛି । ସେପଟେ ଘଟଣା ନେଇ ନାଲକୋ କତ୍ତୃପକ୍ଷ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *