Spread the love

Angul News (ସୁବ୍ରତ ପଟ୍ଟନାୟକ): ଆଜି ପୂର୍ବାହ୍ନରେ ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଠାରେ ଥିବା ମହିମା ଧାମରେ ହେବାକୁ ଥିବା ମାଘମେଳା ଓ ମହିମା ମହୋତ୍ସବ ଆଗାମୀ ମାଘ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତା୩।୨।୨୦୨୩ ଠାରୁ ଆରମ୍ଭ ହୋଇ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ ଓ ସେଥିପାଇଁ ଅଲେଖ ମହିମା ଧାମ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମେଳା ଓ ମହୋତ୍ସବ ହେବାକୁ ମାତ୍ର ଏକ ମାସସମୟ ଥିବାରୁ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ଶୀଘ୍ର ସମ୍ପାଦନ କରିବା ସହ ପ୍ରତିବର୍ଷ ପରି ଚଳିତ ବର୍ଷ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ପ୍ରସ୍ତୁତି ବୈଠକ ଶୀଘ୍ର କରିବାକୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ କମିଟିର କୋଷାଧ୍ୟକ୍ଷ ବିଜ୍ଞାନୀ ବେହେରାଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ। ଗତ ୨୯ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଗୋଳ ରେଳ ଷ୍ଟେସନଠାରେ ସମ୍ବଲପୁର – ସାଲିମାର ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ ଓ ଉକ୍ତ ଟ୍ରେନର ନାମ ମହିମା ଗୋସାଇଁ ଟ୍ରେନ ନାମରେ ନାମିତ କରାଯାଇଛି ବୋଲି ଘୋଷଣା କରିଥିଲେ। ଏ ନେଇ ସମଗ୍ର ମହିମା ଧର୍ମୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଉକ୍ତ ଘୋଷଣା ଏଇ ମାଟିର ପୁଅ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ଭବ ହୋଇ ଥିବାରୁ କମିଟି ପକ୍ଷରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାବା ମୁରଲୀଧର ଦାସ, ବିଦ୍ୟାଧର ଦାସ, ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ସଂପାଦକ ଭୂତେଶ ଜେନା, ସନ୍ତୋଷ କୁମାର ଦେହୁରୀ, କୋଷାଧ୍ୟକ୍ଷ ବିଜ୍ଞାନୀ ବେହେରା, ଗ୍ରାମ ମନ୍ଦିର ପରିଚାଳନା କମିଟି ସଭାପତି ବିଦ୍ୟାଧର ସାହୁ, ଭକ୍ତ ଭିକାରୀ ନାଏକ, ଦେବରାଜ ସାହୁ ସହିତ କୁଲାଡ,ବନ୍ଦା, ଖଳିବେରେଣୀ, ସାକୋସିଂହା, କୋଶଳା, ଗାଙ୍ଗୀଯୋଡି, ସାରଙ୍ଗପୁର, ବାଦିବାହାଳ, ଅଞ୍ଚଳରୁ ବହୁ ଭକ୍ତ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *