ଅନୁଗୋଳ: ଅନୁଗୋଳ ଆଜି ପବିତ୍ର ସରସ୍ଵତୀ ପୂଜା ଓ valentine’s day ଅବସରରେ ଅନୁଗୋଳ ଜିଲ୍ଲା ଓବିସି ସେଲ ପକ୍ଷ ରୁ ଦୁଇ ଦଳ ବିଜେଡି ଓ ବିଜେପି ଦଳ ର ବିଗତ ୨୪ ବର୍ଷ ହେଲା ରହିଥିବା ଗୁପ୍ତ ସଂପର୍କ କୁ କଂଗ୍ରେସ୍ ଓବୀସି ସେଲ ପକ୍ଷ ରୁ ଆଜି ସର୍ବସମ୍ମୁଖେ ବିବାହରେ ସମ୍ପନ୍ନ କରାଗଲା।ଏହି ଦୁଇ ଦଳ ୨୪ ବର୍ଷ ହେଲା ଲୁଟ୍ ପାଟ , ଦୁର୍ନୀତି,ନାରୀ ନିର୍ଯାତନା,ବେକାରୀ, ଭ୍ରଷ୍ଟାଚାର ରେ ସମ ପରିମାଣ ରେ ସମ୍ପୂର୍କ୍ତ। ଆଜି ଦିନ ରେ ଅନୁଗୋଳ ଜିଲ୍ଲାର ଜାତୀୟ ରାଜପଥ ର ଦୂରବସ୍ଥା ଏବଂ ହାତୀ ଜନବସତି ମୁହାଁ ହେବା ଏବଂ ଜଙ୍ଗଲ ଧ୍ବଂସ ହେବା । ଶିଳ୍ପ ସଂସ୍ଥା ଗୁଡ଼ିକ ରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ନ ଦେବା । ମେଡିକାଲ କଲେଜ ପ୍ରତିଷ୍ଠା ନା ହେଇ ପାରିବା ଆଦି ପ୍ରତ୍ୟେକ ସମସ୍ୟା ପାଇଁ ଦୁଇ ଦଳ ସମପରିମାନ ରେ ଦାଇ। କିନ୍ତୁ ଲୋକ ଙ୍କୁ ଭୁଆଁ ବୁଲେଇବା ପାଇଁ କେବଳ ନିଜ କୁ ଅଲଗା ଅଲଗା ବୋଲି ପ୍ରଚାର କରିଛନ୍ତି।ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁ ଆୟୋଜନ କରିଥିଲେ। ଏବଂ ଶ୍ରୀ ସ୍ବାଇଁ ତାଙ୍କ ବକ୍ତବ୍ୟ ରେ ପ୍ରମାଣ ଭିତ୍ତିକ ତଥ୍ୟ ଉପସ୍ଥାପନ କରିବା ସହିତ କହିଥିଲେ ଯେ ଅନୁଗୋଳ ବ୍ଲକ ରେ ଓ ବଅଁରପାଳ ବ୍ଲକ ରେ ବିଜେପି ସମର୍ଥିତ ସମିତି ସଭ୍ୟ ଓ ସଭ୍ୟା ମାନେ ବହୁ ସଂଖ୍ୟା ରେ ଜିତି ଥିଲେ ମଧ୍ଯ ଏହି ଦୁଇ ବ୍ଲକ୍ ରେ ବିଜେଡି ଚେୟାରମେନ ପଦବୀ ଅକ୍ତିଆର କଲା। ଆଜି ମନ୍ୟବର୍ ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ବିଜେପି ଦଳ ର ହେଇଥିଲେ ମଧ୍ୟ ବିଜେଡି ଦଳ ତାଙ୍କୁ ରାଜ୍ୟସଭା କୁ ନିର୍ବାଚିତ ହେବାକୁ ସମର୍ଥନ କଲା।ଏହା ଦୁଇ ଦଳ ର ଗୁପ୍ତ ସଂପର୍କ ନୁହେଁ ତ ଆଉ କଣ ହୋଇପାରେ ??ଏହି କାର୍ଯ୍ୟକ୍ରମରେ ରେ ବରିଷ୍ଠ କଂଗ୍ରେସ ଟ୍ରେଡ ୟୁନିୟନ୍ ଲିଡର ଶ୍ରୀ ଦେବାଶିଷ ଘୋଷ ଏବଂ ଜିଲ୍ଲା ଆଇଏନଟିୟୁସି ସଭାପତି ଶ୍ରୀ ଦିଗାମ୍ବର ଗଡ଼ନାୟକ ଏବଂ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାୟକ,ଅନୁଗୋଳ ଯୁବ କଂଗ୍ରେସ ବିଧାନସଭା ସଧାରଣ ସମ୍ପାଦକ ସୋଭିୟତ ମହାପାତ୍ର, କଂଗ୍ରେସ୍ ନେତା ଦୁର୍ଗା ଶତପଥୀ ଆଦି ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏହି ଦୁଇ ଦଳ ର ବିବାହ ସପର୍ଣ୍ଣ ହେଲା ପରେ ଭୋଜି ଭାତ ର ଆୟୋଜନ କରାଯାଇଥିଲା।