Angul News: ଅନୁଗୋଳ: ଅନୁଗୋଳ ର ବିଶିଷ୍ଟ ବ୍ୟବସାୟୀ ତଥା ଜଣାଶୁଣା ହୋଟେଲ ଶାନ୍ତିର ପରିଚାଳନା ନିର୍ଦ୍ଦେଶକ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ସେ କିଡ଼ନି ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଫେରାଇ ଦେଇଥିଲେ। ଗତକାଲି ବିଳମ୍ବିତ ରାତ୍ରି ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ପୁଅ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ଆଜି ତାଙ୍କ ମରଶରୀର ଅମଲାପଡ଼ା ଘରୁ ତାଙ୍କ ପୈତୃକ ଘର ଖଲାରୀ ନିଆ ଯାଇଥିଲା। ସେଠାରୁ ଶେଷକୃତ୍ୟ ସମ୍ପନ୍ନ ପାଇଁ ତାଙ୍କ ଶରୀର ସ୍ୱର୍ଗଦ୍ୱାର ନିଆଯାଇଛି। ଶଙ୍କରାଚାର୍ଯ୍ୟ ଜଣେ ସଫଳ ହୋଟେଲ ବ୍ୟବସାୟୀ। ଦୀର୍ଘ ବର୍ଷ ଧରି ବସଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟି ର ସଭାପତି ରହିଥିଲେ। ଏହା ସହ ସେ ଲାଇନ୍ସ କ୍ଲବ ର ମଧ୍ୟ ସଭାପତି ଥିଲେ ।