Angul News: ଅନୁଗୁଳ : ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଦ୍ୱାରା ଆୟୋଜିତ 39ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଶୁକ୍ରବାର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶେଷ ସନ୍ଧ୍ୟାକୁ ଆରମ୍ଭ କରିଥିଲେ।
କଳାକାର ଅନୁଷ୍ଠାନର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ଦିବଂଗତ ସଦସ୍ୟଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା। ପରେ ପରେ କଳାକର ଦ୍ୱାରା ପାରମ୍ପରିକ ସଂଗୀତ ଓ ବୋଇତ ବନ୍ଦାଣ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ବରିଷ୍ଠ କଣ୍ଠଶିଳ୍ପୀ ତାନସେନ ସିଂ, ଅନୁଗୁଳର ବରିଷ୍ଠ ଚିତ୍ରକର, ସଂଙ୍ଗୀତଜ୍ଞ ଲମ୍ବୋଦର ନାଏକଙ୍କୁ କଳାକାର ପ୍ରତିଭା ସମ୍ମାନରେ ଅତିଥିମାନେ ପୁଷ୍ପ ଗୁଚ୍ଛ, ଉପ ଢ଼ୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଚାନ୍ଦ ନା ତୁମେ ତାରା, ଯାହାକୁ ମୁଁ ଏତେ ଭଲ ପାଉଛି, ଝୁମକା ଟିକେ ତୁତ ହଲେଇ ଦେ, ନଇଁ ସେପାରି କନକ ଗୋରୀ ପରି ହିଟ ସଂଗୀତ ଗାଇ ଦର୍ଶକଙ୍କୁ ଝୁମେଇ ଥିଲେ। ନୃତ୍ୟାୟନୀ, ନୃତ୍ୟ ନିଳୟ, ସମର୍ପଣ ଏକାଡେ଼ମୀର ଛାତ୍ରଛାତ୍ରୀମାନେ ନୃତ୍ୟ ନାଟିକା ଓ ନୃତ୍ୟ ପରିବେଷଣ କରିଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଡ଼. କୃଷ୍ଣଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର ଉପସ୍ଥିତ ଥିଲେ। ସଭାପରେ ଦଳଗତ ଲୋକ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ। ସମ୍ବଲପୁରୀ, ବିହୁ, ଆସାମୀ, ଆଦିବାସୀ ଗୀତର ତାଳେ ତାଳେ ପ୍ରତିଯୋଗୀଙ୍କ ମନ ମୁଗ୍ଧ କର ନୃତ୍ୟ ଉପସ୍ଥିତ ଦର୍ଶକ ଭରପୁର ମନୋରଞ୍ଜନ କରିଥିଲେ। ଡ଼ ବୈରାଗୀ ଚରଣ ମଲ୍ଲିକ, ଡ଼ ଇନ୍ଦିରା ଦାସ ଓ ପ୍ରତ୍ୟୁଷା ରଥ ମଞ୍ଚ ପରିଚାଳନା କରିଥିଲେ। ଉପ ସଭାପତି କାମାକ୍ଷା ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ। ଦେବବ୍ରତ ପଟ୍ଟନାୟକ, ପ୍ରଶାନ୍ତ ରଥ, ଅନିତା ସିଂହ ଦେଓ, ପ୍ରଫୁଲ ଦାସ, ରୁଚିର କୁମାର ବରାଳ, ସନ୍ତୋଷ କୁମାର ନାୟକ, ଅଜୟ କୁମାର ସାହୁ, ବିଦେଶୀ ନାୟକଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ।