Spread the love

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ପଂଚାୟତ ର ଗୋପୀବହ୍ଲବ ପୁର ଗ୍ରାମର ନାଣ୍ଡିଚୂଡ଼ ଠାରେ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ର କୋଇଲା ଖଣି କାର୍ଯ୍ୟ ମୈତ୍ରୀ ନାମକ ଏକ ଘରୋଇ ସନ୍ଥା କାର୍ଯ୍ୟ କରୁଛି। ଏଅଞ୍ଚଳ ର ଜମି ନାଲକୋ ଦ୍ୱାରା ବହୁ ବର୍ଷ ପୂର୍ବରୁ ଅଧିଗୃହିତ ହୋଇଛି। କିନ୍ତୁ ଜମି ଅଧିଗ୍ରହଣ ଓ ଥଇଥାନ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ ପ୍ରାପ୍ୟ ମିଳିନାହିଁ। ନାଣ୍ଡିଚୁଡ଼ ଅଞ୍ଚଳର ଅଶି ଭାଗ ଲୋକ ଆଦିବାସୀ ସମ୍ପ୍ରଦାୟର। ନିରୀହ ଆଦିବାସୀ ତଥା କ୍ଷତିଗ୍ରସ୍ତଙ୍କୁ ଠକି ଉକ୍ତ କମ୍ପାନୀ ତାଙ୍କର ରାସ୍ତାକୁ କାଟି ଜୋରଜବରଦସ୍ତ ଭାବେ କୋଇଲା ଖଣି ଖନନ କରୁଛି।

ଏହାକୁ ନେଇ କ୍ଷତିଗ୍ରସ୍ତ ପ୍ରଜା ମାନେ ନିଜର ଗ୍ରାମ ରାସ୍ତା ଉପରେ ବସି ରହି ଖଣି କାମକୁ ବିରୋଧ କରିବାରୁ ପ୍ରଶାସନ ପୋଲିସ ସହାୟତାରେ ଉକ୍ତ ଠିକା ସଂସ୍ଥା ଏବଂ ନାଲକୋ ନିରୀହ ଆଦିବାସୀ ମାନଙ୍କ ଉପରେ ଚାନ୍ଦା ଆଦାୟ ଅଭିଯୋଗ କରି ମିଥ୍ୟା କେଶ ଲଗାଇ 20 ଜଣ ମହିଳା ଏବଂ 21ଜଣ ପୁରୁଷ ଙ୍କୁ ଗତ 24ଏପ୍ରିଲ ରୁ ଗିରଫ କରିଥିଲା |ମେ ଦୁଇ ତାରିଖ ରେ ସେମାନେ ବେଲ ରେ ଆସିବା ପରେ ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସେହି ଅଂଚଳ ଗସ୍ତ କରି କ୍ଷତିଗ୍ରସ୍ତ ଙ୍କ ସହ ବହୁ ସମୟ ଧରି ଚର୍ଚ୍ଚା ଆଲୋଚନା କରିଛି | ନିରୀହ ଆଦିବାସୀ ଏବଂ କ୍ଷତିଗ୍ରସ୍ତ ଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପାଇଁ ଦାବୀ କରିବା ବେଳେ ଅନ୍ୟାୟଚିତ ଭାବେ ମିଥ୍ୟା କେଶ ଲଗାଇ ଗିରଫ କରିବା କାହା ସ୍ୱାର୍ଥରେ ବୋଲି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରଶ୍ନ କରିଛନ୍ତି, ସେମାନଙ୍କୁ ତାଙ୍କର ନିୟମାନୁଯାୟୀ ଉଚିତ କ୍ଷତିପୂରଣ ଏବଂ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବାକୁ ସେ ଦାବୀ କରିଛନ୍ତି ଏବଂ ଏ ସମସ୍ୟା କୁ ନେଇ ଜିଲ୍ଲାପାଳ ଏବଂ ନାଲକୋ ଅଧିକାରୀ ଙ୍କୁ ବିଜେପି ଭେଟି କ୍ଷତିଗ୍ରସ୍ତ ଙ୍କ ଅଧିକାର ପାଇଁ ଜଣାଇବା ସହ ଦରକାର ପଡିଲେ ବିଜେପି ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି |ବିଜେପି ର ଏହି ଟିମ ରେ ଜିଲ୍ଲା ସଭାପତି ଙ୍କ ସମେତ ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ ଓ ଅମୀୟ ତ୍ରିପାଠୀ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝି, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ପୁପୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *