Spread the love

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରେ ଆଜିଠାରୁ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ର ୪୭ ତମ ରାଜ୍ୟ ଅଧିବେଶନ । ରାଜ୍ୟ ର ସମସ୍ତ ଜିଲ୍ଲାର ରୁ ପ୍ରତିନିଧି ମାନେ ଏଥିରେ ଯୋଗ ଦେଇଥିବା ବେଳେ । ଅତିଥି ଙ୍କ ମାର୍ଗ ଦର୍ଶନ ଓ ଆୟୋଜିତ କାର୍ଯ୍ୟକ୍ରମ ରେ ପାରିତ ପ୍ରସ୍ତାବ କୁ ପାଥେୟ କରି କାର୍ଯ୍ୟକର୍ତା ମାନେ ଆଗକୁ ବଢିବା ନେଇ ନେଇଛନ୍ତି ସଂକଳ୍ପ।

ମାତୃଭାଷା ଓ ରାଷ୍ଟଭାଷା ସହିତ ଅନ୍ୟ ଭାଷା କୁ ଆଦାର କରିବା ସହ ନିଜ ଭାଷାରେ ଦୃଢ଼ ହେବା ଫଳରେ ବଢିଥାଏ ଯୋଗ୍ୟତା । ଏହାଛଡା ସମୟାନୁବର୍ତ୍ତି ହୋଇ ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂଜ୍ୟ ପରମହଂସ ପ୍ରଂଜ୍ଞାନା ନନ୍ଦ ଜୀ ମହାରାଜା । ସେପଟେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା କାର୍ଯ୍ୟକର୍ତା ମାନେ ଯୋଗ ଦେଇ ରାଜ୍ୟ ର ଶିକ୍ଷା ସ୍ଥିତି ସହ ଆନୁସଙ୍ଗିକ ପ୍ରସଙ୍ଗରେ କାମ କରିବେ ବୋଲି କହିଛନ୍ତି । ବିଶେଷ ଭାବେ ରାଷ୍ଟ୍ରୀୟ ଶିକ୍ଷା ନୀତି କୁ ରାଜ୍ୟ ସରକାର ଏହା କୁ କ୍ରିୟାନୁୟନ କରିବାକୁ ଆହ୍ୱାନ ଦେବା ସହ ଓଡିଶାକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଆବଶ୍ୟକ ଥିବା କହିଛନ୍ତି ଏବିଭିପି ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ।

ସେହିପରି କାର୍ଯ୍ୟକ୍ରମ ର ଦ୍ୱିତୀୟ ସତ୍ର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପୂର୍ବରୁ ଆୟୋଜିତ ପ୍ରଦର୍ଶନୀ କୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ବିକାଶ ଫାଉଣ୍ଡେସନ ର ଅଧ୍ୟଖ୍ୟା ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ ।
ପରେ ପରେ ଦ୍ୱିତୀୟ ସତ୍ର ରେ ରାଜ୍ୟ ପ୍ରସ୍ତାବ ଓ ଶିକ୍ଷା ପ୍ରସ୍ତାବ ପାରିତ ହୋଇଥିଲା। ପରିବେଶ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ବିଶେଷ ଆଲୋଚନା କରିଥିଲେ ପଦାଧିକାରୀ ।

ଛାତ୍ର ଶକ୍ତି ହେଉଛି ରାଷ୍ଟ୍ର ଶକ୍ତି । ଏହାକୁ ପାଥେୟ କରି ଆଜି ଠାରୁ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଆରମ୍ଭ ହୋଇଛି ଏବିଭିପି ୪୭ ତମ ରାଜ୍ୟ ଅଧିବେଶନ । ଏହି କ୍ରମରେ ଓଡିଶା ପ୍ରଦେଶ ଏବିଭିପି ର ନବ ନିର୍ବାଚିତ ସଭାପତି ଗାର୍ଗୀ ବାନାର୍ଜୀ ଓ ସମ୍ପାଦକ ଅର୍ଜିତ ପଟ୍ଟନାୟକ ଙ୍କ ନାମ ଘୋଷଣା କରିଛନ୍ତି ଅଧିକାରୀ । ସେପଟେ ଆଜି ସକାଳୁ ଧ୍ବଜା ରୋହଣ ପରେ ପରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା ଅଧିବେଶନ ।

Leave a Reply

Your email address will not be published. Required fields are marked *