ସୋମବାର: ଆଜି ଦିବା ସକାଳ ୯ ଘଟିକାରେ ସ୍ଥାନୀୟ ମଦନମୋହନ ମନ୍ଦିର ଠାରୁ ହିନ୍ଦୁ ସ୍ଵୟଂସେବକ ଏକ ବିଶାଳ ଶୋଭଯାତ୍ରା ସଂଘର ବୀଭିଦ କ୍ଷେତ୍ରର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଶୋଭାଯାତ୍ରା ସୁଭାରମ୍ଭ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ବହୁତ୍ ଧାର୍ମିକ ଅନୁଷ୍ଠାନର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଭକ୍ତମାନେ ସ୍ଵତଃ ପ୍ରବୁତ ଯୋଗଦାନ ଦେଇଥିଲେ l ପ୍ରାୟ ୩00 ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଅନୁଗୁଳ ନଗର ପରିକ୍ରମା କରିବା ସହିତ ରାଜା ଛକ ଠାରେ ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସଂପାଦକ ମାନନୀୟ ପଣ୍ଡିତ ମହେଶ ସାହୁ ମହୋଦୟ ବକ୍ତବ୍ୟ ପ୍ରଦାନ କରିବା ମାଧ୍ୟମରେ ସୁପ୍ତ ସିଂହ ସଦୃଶ ହିନ୍ଦୁ ମାନଙ୍କୁ ଜାଗୃତ କରାଇଥିଲେ । ସମ୍ୱଲପୁର ଠାରେ ହେଇଥିବା ବିଧର୍ମି ମାନଙ୍କ ଦ୍ୱାରା ଆକ୍ରମଣ ଓ ହତ୍ୟାର ଦୃଢ଼ ନିନ୍ଦା କରିବା ସହିତ ଓଡ଼ିଶା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ, ହିନ୍ଦୁ ପର୍ବ ପାଳନ ସମୟରେ ବିଧର୍ମି ହତ୍ୟା ଓ ଆକ୍ରମଣକାରୀମାନଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିଲେ l ନତୁବା ସମଗ୍ର ଓଡ଼ିଶାର ହିନ୍ଦୁ ସମାଜ ଜାଗ୍ରତ ହେଇ ଏହାର କଡ଼ା ଜବାବ ଦେବେ।
ଉକ୍ତ କାର୍ଯ୍ୟକ୍ରମରେ ସଂଘ ସମନୟ ଅନୁଗୁଳ ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନନୀୟ ସଂଘ ଚାଳକ ବିଜୟ ସାହୁ, କାର୍ଯ୍ୟବାହ ଅନିଲ କୁମାର ମହାନ୍ତି, ଅନୁଗୁଳ ନଗର ସଂଘଚାଳକ ଶ୍ରୀ ଗୋପାଳଜୀ ମୁନ୍ଦୁରା, ବିଶ୍ବମ୍ବର ସାହୁ, ପ୍ରଶାନ୍ତ କୁମାର ସାହୁ, ମନୋଜ ଦେହୁରୀ, ପ୍ରଭାତ ବାରିକ, ଶଙ୍କର ଖିଲାର୍, ବିକାଶ ସାହୁ, ଡିଲେଶ୍ୱର ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ, ଶ୍ରୀମତି ଆରତୀ ଦିୱେଦୀ, ଅଭୟ ଶଙ୍କର ରାୟ ସମେତ ବହୁତ୍ ମାନଗଣ୍ୟ ସ୍ଵୟଂସେବକ ବନ୍ଧୁ ମାନେ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ସଂଘ ସମନୟ ଅନୁଗୁଳ ଜିଲ୍ଲାର ସହ ସଞ୍ଜଯୋକ ତଥା ଭାରତୀୟ ମଜଦୂର ସଂଘ ର ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୟାବଧାନ ରେ ଏହି ଶୋଭାଯାତ୍ରାକୁ ପରିଚାଳନା କରାଯାଇଥିଲା ।
ପରିଶେଷରେ ମାନନୀୟ ନଗର ସଂଘଚାଳକ ଶ୍ରୀ ଗୋପାଳ ଜୀ ଅନୁଗୁଳ ସହରବାସୀଙ୍କ ସହଯୋଗ କାରଣରୁ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ସମାପ୍ତି ଘୋଷଣା କରିଥିଲେ।