Angul News: ଅନୁଗୁଳ: ବଙ୍ଗଳାଦେଶ ରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା କୁ ଭାଙ୍ଗିବା ଘଟଣା କୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଢେଙ୍କାନାଳ ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି।ଆଜି ସାଂସଦ ରେ ଏହି ପ୍ରସଙ୍ଗ ଉଠାଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ କେବଳ ଓଡିଶା ନୁହେ, ଦେଶ ନୁହେଁ ସମଗ୍ର ଜଗତର ଠାକୁର ତାଙ୍କର ପ୍ରତିମା ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କୁ ବଙ୍ଗଳାଦେଶ ରେ ଯେଉଁଭଳି ଭାବେ ଭଙ୍ଗା ଯିବା ସହ ମନ୍ଦିର ଉପରେ ଆକ୍ରମଣ କରାଯାଇଛି ତାହା ନିନ୍ଦନୀୟ ବୋଲି ଶ୍ରୀ ପାଣି ପ୍ରକାଶ କରିଛନ୍ତି।ଜଗନ୍ନାଥଙ୍କ ପ୍ରତିମା ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ,ନିନ୍ଦନୀୟ,ଦର୍ଦନାକ, ଅଧାର୍ମିକ ବୋଲି ଶ୍ରୀ ପାଣି ପ୍ରକାଶ କରିଛନ୍ତି।କେବଳ ଓଡ଼ିଶା ବାସୀ ନୁହଁନ୍ତି ସମଗ୍ର, ଦେଶବାସୀ, ବିଶ୍ୱବାସୀ ସମସ୍ତେ ଏଭଳି ଘଟଣା କୁ ଗଭୀର ନିନ୍ଦା ପ୍ରକାଶ କରିଛନ୍ତି।ଏଭଳି ଏକ ପ୍ରସଙ୍ଗ ରେ ସରକାର ତୁରନ୍ତ ବଙ୍ଗଳାଦେଶ ସହିତ କଥାବାର୍ତ୍ତା କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ପାଇଁ ଶ୍ରୀ ପାଣି ସଂସଦ ରେ ଆଜି ଦାବୀ ଉପସ୍ଥାପନ କରିଛନ୍ତି ।