Angul News: ଅନୁଗୁଳ: ଚାଷୀ ସୁରକ୍ଷା କମିଟି, ଅନୁଗୁଳ ଆନୁକୂଲ୍ୟରେ ଚକବନ୍ଦୀ କାର୍ଯ୍ୟକ୍ରମକୁ ବିରୋଧ କରି ୯୨ଖଣ୍ଡ ରାଜସ୍ୱ ମୌଜାର ଦଖଲରେ ନଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରିବା ଏବଂ ଚକବନ୍ଦୀ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ମୌଜାର ଜମି ଖରିଦ୍ ବିକ୍ରି ଓ ଅଧିଗ୍ରହଣକୁ ସ୍ଥଗିତ ରଖିବା ପାଇଁ ପ୍ରାୟ ୨୦୦୦ରୁ ଉଦ୍ଧ୍ୱର୍·ଷୀ ଅନୁଗୁଳ ସହରକୁ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠାନ କରିଥିଲେ । କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମ୍ପାଦକ ହେମନ୍ତ କୁମାର ଦାସ, ଉପଦେଷ୍ଟା ଅଚୁ୍ୟତାନନ୍ଦ ମିଶ୍ର, କାଳିଚରଣ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଦୁର୍ଗାଚରଣ ପ୍ରଧାନ, ସଭ୍ୟ ନବକିଶୋର ପ୍ରଧାନ, ଉପସଭାପତି ଅନନ୍ତ ଚରଣ ପ୍ରଧାନ, ଜିତେନ୍ଦ୍ର ଦେହୁରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ ସଭାକୁ ବ୍ରଜବନ୍ଧୁ ସାହୁ ପରି·ଳନା କରିଥିଲେ । ସତ୍ୟାନନ୍ଦ ସାହୁ, ଭିକାରୀଚରଣ ପ୍ରଧାନ ଓ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଅନ୍ୟତମ ଆବାହକ ଅଭିମନୁ୍ୟ ସ୍ୱାଇଁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଆନେ୍ଦାଳନକୁ ଦାବିପୂରଣ ପର୍ଯ୍ୟନ୍ତ ଚଳାଇଯିବା ପାଇଁ ଆହ୍ୱାନ ରଖିଥିଲେ । ସଭା ଶେଷରେ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଆସନ୍ତା କାଲିଠାରୁ ଚକବନ୍ଦୀ ଉଚ୍ଛେଦ ପର୍ଯ୍ୟନ୍ତ ଲଗାତର ଭାବରେ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବାର ଆହ୍ୱାନ ଦିଆଯାଇଥିଲା ।