Angul News: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ଗିରାଙ୍ଗ ଗ୍ରାମ ପଞ୍ଚାୟତ ଠାରେ ୫୯.୧୨ ଲକ୍ଷ ବିଶିଷ୍ଟ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି କାର୍ଯ୍ୟାଳୟଟି ନିର୍ମାଣ ହୋଇଛି। ସମ୍ମାନୀତ ଅତିଥି ଭାବେ ବଅଁରପାଳ ବ୍ଳକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ୨୮ନଂ ଯୋନ ପର୍ଯ୍ୟବେକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଟ୍ଟନାୟକ , ଗିରାଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟା, କୁଲାଡ଼ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା , RD ବିଭାଗ ର ଯନ୍ତ୍ରୀ, ଗିରାଙ୍ଗ ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ଶ୍ରୀ କାଳୀ ଚରଣ କର, ବଅଁରପାଳ ବ୍ଳକ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ସୁଷେନ ଗଡ଼ନାୟକ , କୁଲାଡ଼ ଗ୍ରାମ ପଞ୍ଚାୟତ ର ବିଜେଡ଼ି ସଭାପତି ସେସଦେଵ ଦେହୁରୀ , ଭାରତ ଚନ୍ଦ୍ର ମାଝୀ, ଗ୍ରାମ ସଭାପତି ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ ।