Spread the love

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ଦିନ ରେ ଚାରି ଚାରି ଜଣ ଙ୍କ ମୃତ୍ୟୁ ଘଟଣା। ଅନୁଗୁଳ ଜିଲା ର ଉଭୟ ଵଅରପାଳ ବ୍ଲକ ଓ ଅନୁଗୁଳ ବ୍ଲକ ର ୪ ଟି ଗ୍ରାମରେ ବିଜେପି ବିଧାୟକ ଦଳ । ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଙ୍କ ପରିବାର ବର୍ଗ ଙ୍କୁ ଭେଟିଲେ ବିଜେପି ଦଳ ର ମୁଖ୍ୟ ସଚେତକ ବିଧାୟକ ମୋହନ ମାଝି । ବିଧାୟକ ଦଳ ରେ ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବିଧାୟକ ଙ୍କ ସହ ବିଜେପି ନେତା ରୁଦ୍ର ନାରାୟଣ ପାଣି ,କାଳନ୍ଦୀ ସାମଲ , ପ୍ରତାପ ପ୍ରଧାନ ଓ ଠାକୁର ରଞ୍ଜିତ ସାମିଲ। ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଵର୍ଗ ଙ୍କୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ସହ ଜଣଙ୍କୁ ଚାକିରୀ ଦେବାକୁ ଦାବି କଲେ ମୋହନ ମାଝୀ ।

ଆଜି ଦିନିକିଆ ଅନୁଗୁଳ ଗସ୍ତରେ ବିଜେପି ପକ୍ଷରୁ ବିଧାନସଭାରେ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ଅନ୍ୟ ଦୁଇ ବିଧାୟକ ଓ ବିଜେପିର ଆଗ ଧାଡ଼ିର ପ୍ରମୁଖ ନେତା ପ୍ରଥମେ ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡାରେ ପହଁଚି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୁବାସ ସାହୁଙ୍କ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇଥିଲେ। ପରେ ଅଙ୍ଗାରବନ୍ଧ ଗାଁ ର ଅନିରୁଦ୍ଧ ସାହୁ ଓ ବାରସିଂହା ଗାଁର ରମେଶ ସ୍ୱାଇଁ ଙ୍କ ପରିବାର ଵର୍ଗ ଙ୍କୁ ଭେଟିଥିଲେ ବିଜେପି ବିଧାୟକ ଗଣ। ପରେ ପରେ ଵଅରପାଳ ବ୍ଲକ ସନ୍ତ୍ରୀ ଗାଁ ର ମୃତ ଅଜୟ ସାମଲ ଙ୍କ ପରିବାର ଵର୍ଗ ଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପି ପ୍ରତିନିଧି ମଣ୍ଡଳୀ । ସେପଟେ ହାତୀ ଆକ୍ରମଣରେ ଚାରି ଚାରି ଟି ଜୀବନ ଯିବା ପାଇଁ ବନ ବିଭାଗର ତ୍ରୁଟି ପୂର୍ଣ ପରିଚାଳନାକୁ ଦାୟୀ କରିଥିଲେ ବିଧାୟକଗଣ। ସୂଚନା ଅନୁଯାୟୀ ଗତ ସାତ ତାରିଖରେ ଅନୁଗୁଳ ଜିଲ୍ଲାର ଉଭୟ ଅନୁଗୁଳ ଓ ଵଅରପାଳ ବ୍ଲକ ର ଚାରି ଜଣଙ୍କୁ ଏକ ଗୋଠ ଛଡା ମାଖାନା ହାତୀ ଆକ୍ରମଣ କରି ମାରି ଦେଇଥିଲା। ଯେଉଁ ଥିରେ ଦୁଃଖ ପ୍ରକାଶ କରି ଟୁଇଟ ଜରିଆରେ ମୃତ ପରିବାର ଵର୍ଗ ଙ୍କୁ ସମବେଦନା ଜଣାଇଥିଲେ କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave a Reply

Your email address will not be published. Required fields are marked *