Spread the love

Angul News: ବୁଧବାର ରାଜ୍ୟ କ୍ୟାବିନେଟର ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସର୍ବନିମ୍ନ ମଜୁରୀ ଅଣକୁଶଳୀ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି, କୁଶଳୀ ମଜୁରୀ ୩୯୨ରୁ ୫୦୦ ଟଙ୍କାକୁ ବୃଦ୍ଧି ଏବଂ ଉଚ୍ଚ କୁଶଳୀ ୫୦୨ରୁ ୬୦୦ଟଙ୍କାକୁ ବୃଦ୍ଧି କରାଯାଇଛି।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନରେ ଥିବା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ ୨୦୦କୋଟି ଟଙ୍କା କର୍ପସ ପାଣ୍ଠିକୁ ମଂଜୁରୀ କରାଯାଇଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ ଏବଂ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯିବ।

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟରେ ପିଏମ୍ କିଷାନରେ ଓଡିଶାରୁ ଆହୁରି ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏବଂ କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ସାମିଲ କରାଯିବ। ୨ ହଜାର ୬୫ ଗୋଟି ପୁରୁଣା ଉଠା ଜଳ ସେଚନ ପ୍ରକଳ୍ପର ପୁନରଉଦ୍ଧାର ହେବ। ୫ ବର୍ଷ ଭିତରେ ୧୦୮୪ କୋଟି ବିନିଯୋଗରେ ଚାଷ ଜମିକୁ ଜଳସେଚନ କରାଯିବ।

ଗଣ ଶିକ୍ଷା ବିଭାଗର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା। ଓଡ଼ିଶା ବିଦ୍ୟାଳୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ୧୮ ହଜାର ୭୮୮ କନିଷ୍ଠ ଶିକ୍ଷକ ନିଯୁକ୍ତି ପଦକ୍ଷେପ ନିଆଯିବ ଯାହା ପୂର୍ବରୁ ଆବେଦନକାରୀ CBT ମୋଡ୍‌ରେ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *