Spread the love

Angul News: ଅନୁଗୋଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥନୈତିକ ବିଶାରଦ ସ୍ବର୍ଗତ ମନମୋହନ ସିଂହଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ବର୍ଗତ ସିଂହଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସମସ୍ତ ଉପସ୍ଥିତ କଂଗ୍ରେସ ନେତା ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ତାପରେ ଜିଲ୍ଲା ସଭାପତି ଶ୍ରୀ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିଂହଙ୍କ ସ୍ମୃତି ଚାରଣ କରିବାକୁ ଯାଇ ବିଭିନ୍ନ ବକ୍ତା ତାଙ୍କର ବହୁବିଧ କରିଯାଇଥିବା କାର୍ଯ୍ୟାବଳୀକୁ ଆଲୋଚନା କରିଥିଲେ। ତାଙ୍କର ସମୃଦ୍ଧ ଭାରତବର୍ଷ ଗଠନର ବିଭିନ୍ନ ପ୍ରକାରର ସମାଜ ମଙ୍ଗଳ କାର୍ଯ୍ୟ ଯଥା ସୂଚନା ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଆଇନ, ସବସିଡି ସବୁ ବ୍ୟାଙ୍କ ଜରିଆରେ ପ୍ରଦାନ, ନୂତନ ଜମି ଅଧିଗ୍ରହଣ ବିଲ, ଉଜ୍ଜଳା ଯୋଜନା ଆଦି ଆଲୋଚନା କରିବା ସହ ଏବର ସରକାର କେବଳ ସେଗୁଡ଼ିକ ଲୋକମାନଙ୍କ ମଧ୍ୟରେ ପରିଚାଳନା କରି ବାହାବା ନେଉଥିବା ପ୍ରକାଶ କରିଥିଲେ। ତାଙ୍କର ନମ୍ର ଓ ଭଦ୍ର ଆଚରଣ ହିଁ ତାଙ୍କୁ ଦେଶ ଓ ବିଦେଶରେ ତାଙ୍କୁ ମହିୟାନ କରିଥିଲା ବୋଲି ବିଭିନ୍ନ ବକ୍ତା ମତ ବ୍ୟକ୍ତ କରିଥିଲେ। ଆଜିର ଏହି ଶୋକସଭାରେ ଅନ୍ୟ ମାନଙ୍କ ମଧ୍ୟରେ ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ, ଗୋବିନ୍ଦ ନାଏକ, ଉମେଶ ଚନ୍ଦ୍ର ସାହୁ, ସହଦେବ ବେହେରା, ରାକେଶ ମିଶ୍ର, ତ୍ରିଲୋଚନ ସାହୁ, ଶିଶିର ପାଳ, ପ୍ରମୋଦ ସାହୁ, ଦୁର୍ଗା ସତପଥି, ବୁଦ୍ଧଦେବ ସାମଲ, ସନ୍ତୋଷ ବେହେରା, ପ୍ରଶାନ୍ତ ତ୍ରିପାଠୀ, ଗଗନ ବାଘ, ବନବିହାରୀ ପ୍ରଧାନ, ପିତବାସ ସାହୁ, ଟୁଟୁ ମହାନ୍ତି, ସନତ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *