Spread the love

Angul BJP: ଅନୁଗୁଳ : ବିଜେପି ପକ୍ଷରୁ ଅନୁଗୁଳ ଜିଲ୍ଲା କର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଆମ ଭାରତ ବର୍ଷ ଥିଲା ଅଖଣ୍ଡ ଭାରତ।ଦୀର୍ଘ ବର୍ଷ ଧରି ଇଂରେଜ ମାନେ ଆମ ଭାରତ ବର୍ଷକୁ ଶାସନ କରି ଆସୁଥିଲେ।ଯେତେ ବେଳେ ଭାରତ ସ୍ୱାଧନତା ହେବାକୁ ଯାଉଛି ସେତିକି ବେଳେ ଇଂରେଜ ମାନେ ଧର୍ମ ନାମରେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଯୋଜନା କରି ସଫଳ ମଧ୍ୟ ହେଲେ।ଯଦିଓ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରୀରେ ବହୁ ସଂର୍ଘଷ ଓ ଘାତ ପ୍ରତିଘାତ ପରେ ଆମେ ୧୯୪୭ ଅଗଷ୍ଟ ୧୫ ତାରିଖଦିନ ସ୍ଵାଧୀନତା ପାଇଲେ କିନ୍ତୁ ଏହାର ମୁଳଦୂଆ ସାଧାରଣତଃ ୧୮୫୭ର ସିପାହୀ ବିଦ୍ରୋହର କାରଣରୁ ହଁ ପଡିଥିଲା।

୧୮୫୭ ମସିହାରେ ଇଂଗ୍ରେଜ ମାନେ ବୁଝିଗଲେ ଯେ ସମସ୍ତ ହିନ୍ଦୁ ଓ ମୁସଲମାନମାନଙ୍କ ଭିତରେ ଏକତା ରହିବ ଭାରତରେ ନିଜର ସ୍ଥାୟୀ ଶାସନ ରଖିବା ଦିନ ସମ୍ଭବ ହେବନାହିଁ ସେଥ‌ିପାଇଁ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ପରସ୍ପର ବିଦ୍ରୋହ ସୃଷ୍ଟି ପାଇଁ ଭାଗ ଭାଗ କର ଓ ଶାସନ କରିବା ନୀତିକୁ ଅବଲମ୍ବନ କରି ମୁସଲମାନ୍‌ ମାନଙ୍କୁ ବୁଝାଇଲେ ଯେ,ତୁମେମାନେ ଭାରତର ସ୍ଵାଧୀନତା ଆନ୍ଦୋଳନରେ ହିନ୍ଦୁମାନଙ୍କୁ ସହଯୋଗ କରନାହିଁ।କାରଣ ଭାରତର ସ୍ଵାଧୀନ ହେଲାପରେ ସବୁ କ୍ଷମତା ହିନ୍ଦୁମାନଙ୍କ ହାତରେ ରହିବ ଏବଂ ସେମାନେ ତୁମପ୍ରତି ଅନ୍ୟାୟ ଅତ୍ୟାଚାର କରିବେ ଓ ତୁମକୁ ଦାସ ହୋଇ ରହିବାକୁ ପଡିବ।ଏପରିକି ମୁସଲମାନ କଠୋରପନ୍ଥୀ ଧାର୍ମିକ ମୁଲ୍ଲା- ମୌଲବୀମାନେ ସର୍ବଦା ମୁସଲମାନମାନଙ୍କୁ ହିନ୍ଦୁମାନଙ୍କ ବିରୁଦ୍ଧରେ ମତାଇଥିଲେ ଯେ,ହନ୍ଦୁମାନଙ୍କ ସହିତ ଆମେ ରହିପାରିବୁ ନାହିଁ।କାରଣ ଆମ ମାନଙ୍କର ଅଲଗା ସଂସ୍କୃତି ଅଛି।ଜନୈକ ମୁସଲମାନ ଯୁବକ ୧୯୦୮ ମହିସାରେ ଇଂଲଣ୍ଡରେ ଘୋଷଣା କରିଥିଲେ ଯେ, ଭାରତର ମୁସଲମାନମାନଙ୍କ ମୁସଲମାନ ବହୁଳ ସ୍ଥାନ ଦରକାର ଅର୍ଥାତ ଭିନ୍ନ ରାଷ୍ଟ୍ର ଦରକାର।ଭାରତର ବିଭାଜନ ଓ ମୁସଲମାନମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଭୂଖଣ୍ଡ ପାଇଁ ଦାବୀର ପ୍ରଥମ ବିରୋଧ ଯଦି କେହି କରିଥିଲେ ସେ ଥିଲେ ମହାତ୍ମାଗାନ୍ଧୀ ସେ ଥରେ କହିଥିଲେ ସ୍ବତନ୍ତ୍ର ଭାରତର ଯଦି ବିଭାଜନ ହୁଏ ତେବେ ମୋର ମର ଶରୀର ଉପରେ ଏହା ହେବା ସମ୍ଭବ ହେବ।ମୋର ଜୀବାବସ୍ଥାରେ ଏହା ସମ୍ଭବ ନୁହେଁ ।କିନ୍ତୁ ବିଭାଜନ ଯେବେ ସମ୍ଭଟ ହେଲା ଏହାର କାରଣର ପଣ୍ଡିତ ନେହେରୁ , ମହାତ୍ମାଗାନ୍ଧୀ,ମହମ୍ମଦ ଅଲ୍ଲୀ ଜିନ୍ନା ଲର୍ଡ ମାଉଣ୍ଟ ବେଟେନ୍ ଓ ମୁସଲିମ୍ ଲିକ୍ସ୍ ପ୍ରମୁଖ ଥିଲେ ।

    କଂଗ୍ରେସର ବହୁନେତା ପ୍ରଥମେ ବିଭାଜନକୁ କୌଣସି ପ୍ରକାର ସ୍ୱୀକାର କରିବୁ ନାହିଁ ବୋଲି ଦୃଢ ମତ ପ୍ରକାଶ କରିଥିଲେ।ମହମ୍ମଦ ଅଲ୍ଲୀ ଜିନ୍ନା ଭାରତର ବିଭାଜନ ପାଇଁ ହିନ୍ଦୁମାନଙ୍କ ମନରେ ଚାପ ପକାଇବା ଦୃଷ୍ଟିରୁ ବିଭାଜନ ନହେଲେ ଭୟାନକ ପରିଣତି ହେବ ବୋଲି ଧମକ ଦେଇ ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ନାମରେ ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରି ସଫଳ ହେଲେ ତା'ପରେ କଂଗ୍ରେସର ନେତାମାନେ ଇଂରେଜମାନଙ୍କର ଷଡଯନ୍ତ୍ରରେ ଶିକାର ହୋଇ ବିଭାଜନକୁ ସ୍ୱୀକାର କଲେ।ଶେଷରେ ଗାନ୍ଧିଜୀ ମଧ୍ଯ ଏହାକୁ ମାନିନେଲେ।୧୫ ଅଗଷ୍ଟ ଦିନ ଭାରତ ସ୍ୱାଧୀନ ହେଲା କିନ୍ତୁ ତା ସହିତ ଭାରତର ବିଭାଜନ ମଧ୍ଯ ହେଲା।ହିନ୍ଦୁ ବହୁଳ ଭାଗ ହିନ୍ଦୁସ୍ତାନ ଏବଂ ମୁସଲମାନ ବହୁଳ ପଶ୍ଚିମ ଭାରତ ଓ ପୂର୍ବ ବଙ୍ଗଳା ପାକିସ୍ଥାନର ରୂପ ନେଲା କିନ୍ତୁ ଏହି ପ୍ରକିୟା ମଧ୍ୟ ଶାନ୍ତିପୂର୍ଣ୍ଣ ହୋଇ ପାରିଲା ନାହିଁ।ଉଭୟ ପଟେ ପ୍ରବଳ ଦଙ୍ଗା ହୋଇ ଅସଖ୍ୟ ହିନ୍ଦୁ । ମୁସଲମାନମାନଙ୍କର ମୁତ୍ୟୁ ହେଲା।ଭାରତ ବିଭାଜନର କିଛି ବର୍ଷ ପୂର୍ବରୁ ଏହି ବିଭାଜନ ଅସମ୍ଭବ ଜଣାପଡ଼ୁଥିଲା ସେଥ‌ିପାଇଁ ତ ବିଭାଜନର ଦାବିକୁ ନେହେରୁ ‘ଅବାସ୍ତବ ମୁର୍ଖତା'ବୋଲି କହିଥିଲେ ଓ ଯେଉଁ ମାନେ ବିଭାଜନର କଥା କହୁଛନ୍ତି, ସେମାନେ ମୁର୍ଖ ମାନଙ୍କର ସ୍ୱର୍ଗ ରାଜ୍ୟରେ ରହନ୍ତି।କିନ୍ତୁ ୧୯୪୭ରେ ଏହା କହି ତାଙ୍କର ଉପହାସ କରିଥିଲେ ଆଉ ଭାରତର ବିଭାଜନ ହୋଇଗଲା।ତେଣୁ ଆଜି ଯେଉଁ କଂଗ୍ରେସ ଦେଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି କେବଳ କ୍ଷମତା ପାଇଁ ବୋଲି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଅଶୋକ ମହାନ୍ତି,ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା,ପୂର୍ବତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ପ୍ରତିମା ମିଶ୍ର,ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ,ବିଶିଷ୍ଠ ନେତା ଚୌଧୁରୀ ପ୍ରଧାନ, ଜିଲ୍ଲା ବୁଦ୍ଧିଜୀବି ସଂଯୋଜକ ବିଶ୍ବରଂଜନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା, ବୁଦ୍ଧିଜୀବି,ଗଣ ମାଧ୍ୟମ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ବଶିଷ୍ଠ ନେତା ଚୋଧୁରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର୍ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *