ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଓଡିଶା ବିଧାନସଭା ର ପିଏସି ଷ୍ଟାଣ୍ଡିଙ୍ଗ କମିଟି ଶୁକ୍ରବାର ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି |ଉକ୍ତ ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷ ମୋହନ ମାଝୀ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କୁ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯିବା ସହ ସ୍ଥାନୀୟ ଅଂଚଳ ର ସମସ୍ୟା କୁ ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି |ଗଣେଶ ସ୍ପଞ୍ଜ ଆଇନର ଚାରିପଟେ ଥିବା ପାର୍ଶ୍ୱବର୍ତ୍ତୀ ଗାଁର ବାୟୁ,ଚାଷ ଜମି,ପିଇବା ପାଣି ଦୂଷିତ ହେଉଥିବାରୁ ତଥା ପରିବେଶ ପ୍ରଦ୍ୟୁଷିତ ହେଉଥିବା କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ତତ୍ୱାବଧାନ ରେ ଜରାସିଂହା ଓ ପରଙ୍ଗ ଗ୍ରାମର ସରପଞ୍ଚ ଓ ସାଧାରଣ ଜନତା ମିଶି ପି ଏ ସି ଅଧ୍ୟକ୍ଷ ଙ୍କୁ ଲିଖିତ ଭାବେ ଦାବୀ ଜଣାଇଛନ୍ତି |ଏ ମୌଳିକ ସମସ୍ୟା ପ୍ରତି କମିଟି ଗୁରୁତ୍ୱ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରଦୂଷଣ କୁ ରୋକିବା ଦିଗରେ ନିର୍ଦେଶ ଦିଆଯିବ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ମାଝୀ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ |ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ,ପ୍ରଭାତ ପ୍ରଧାନ,ମିଳାପ କୁମାର ପ୍ରଧାନ, ସନ୍ତୋଷ ନାୟକ, ଦୁଷ୍ମନ୍ତ ନାୟକ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ |