Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅଙ୍ଗନବାଡି କେନ୍ଦ୍ରର କୋମଳମତି ଶିଶୁଙ୍କ ପାଇଁ ଆସିଥିବା ଚାଉଳକୁ କୌଶଳ କରି ଏକ ଦୋକାନ ରେ ବିକ୍ରି କରିଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ୨ କୁଇଣ୍ଟାଲ ଚାଉଳ ଏକ ଦୋକାନ ରୁ ଜବତ କରାଯାଇଛି। ଏଭଳି ଘଟଣାଘଟିଛି ଅନଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁରୁମୂଳା ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି ସଂନ୍ଧ୍ୟା ସମୟରେ ଅଙ୍ଗନବାଡି କର୍ମୀ ଓ ରୋଷେୟା ଅଙ୍ଗନବାଡି କେନ୍ଦ୍ରରୁ ୪ ବସ୍ତା ଚାଉଳ ଏକ ଅଟୋ ଯୋଗେ ପାଖ ଗାଁ କୁଚିଣ୍ଡାକୁ ନେଇ ଶିଶୁଙ୍କୁ ବଣ୍ଟନ କରିବି କହିଥିଲେ। କିନ୍ତୁ ଚାଉଳ ସେଇ ଗାଁକୁ ନ ନେଇ ପାଖ ଗାଁର ଏକ ଗ୍ରୋସରୀ ଦୋକାନରେ ବିକ୍ରି କରିଦେଇଥିଲେ। ଫଳରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଅଟୋ ବାଲାଙ୍କୁ ଆଜି ପଚାରିବାରୁ ୨ କୁଇଣ୍ଟାଲ ଚାଉଳ କୁଚିଣ୍ଡା ଗାଁରେ ନଦେଇ ଦୋକାନରେ ବିକିଦେଇଥିବା ସ୍ୱୀକାର କରିଥିଲେ। ଆଜି ଗାଁର ଶତାଧିକ ମହିଳା ପୁରୁଷ ଅଙ୍ଗନବାଡି କର୍ମୀ ଓ ରୋଷେୟାଙ୍କୁ ଏ ବାବଦରେ ପଚାରିବାରୁ ଆମେ ପାଖ ଗାଁ କୁ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ଦେଇଥିଲୁ ଅଟୋ ଵାଲା ସେଠାରେ ନଦେଇ ଏହାକୁ ବିକ୍ରି କରିଛି ବୋଲି ଅଙ୍ଗନବାଡି କର୍ମୀ ଓ ହେଲ୍ପର ସଫେଇ ଦେଇଛନ୍ତି। ତେବେ ଓଟୋ ଚାଳକ ଓ ଅଙ୍ଗନବାଡି କର୍ମୀ ମିଶି ଉକ୍ତ ଚାଉଳକୁ ଦୋକାନରେ ବିକ୍ରି କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *