Spread the love

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଏକ ନୂତନ ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଟି ଶ୍ରୀ ସିଂହ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ପ୍ରାୟ ୪୦ ଲକ୍ଷ ଅଟକଳରେ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ କୋରନା ମହାମାରୀ ସମୟରେ ବହୁ କରୋନା ପିଡ଼ିତ ରୋଗୀ ଉନ୍ନତମାନର ଚିକିତ୍ସା ଓ କଟକ କିମ୍ବା ଭୁବନେଶ୍ୱର ସ୍ଥାନାନ୍ତର ନିମନ୍ତେ ICU ଆମ୍ବୁଲାନ୍ସ ପାଇଁ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ଅନୁଗୋଳ ଜିଲ୍ଲା ପାଇଁ ଏହା ଗୋଟେ ଅମୂଲ୍ୟ ସମ୍ପଦ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ଜୁମ୍ବୋ ଅକ୍ସୀଜେନ ସିଲିଣ୍ଡର,ଭେଣ୍ଟିଲେଟର, ଡିଫିବ୍ରିଲେଟର ଇତ୍ୟାଦି ଅତ୍ୟାଧୁନିକ ଯନ୍ତ୍ରପାତିର ସୁବିଧା ରହିଛି। ଏହି ଆମ୍ବୁଲାନ୍ସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ କାର୍ଯ୍ୟରତ ରହିବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ତ୍ରିଲୋଚନ ପ୍ରଧାନ, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧନଞ୍ଜୟ ବେହେରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଶ୍ୱ ବିହାରୀ ମହାନ୍ତି, ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ଅରୁଣାଭ ସିଂହ, ବୃନ୍ଦାବନ ସ୍ୱାଇଁ, ପ୍ରିୟଦର୍ଶୀ ପଟ୍ଟନାୟକ, ବିଶ୍ୱ ରଞ୍ଜନ ସାହୁ, ସୁଜିତ ଦ୍ବିବେଦୀ, ଯୋଗେଶ ପ୍ରଧାନ ଓ ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *