Angul News ଅନୁଗୋଳ: ଏକ ତରଫା ପ୍ରେମ ପାଇଁ ହତ୍ୟାକାଣ୍ଡ। ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ଘଟିଥିବା ବେଳେ ସାରା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ଅନୁଗୋଳ ଜିଲ୍ଲା ସଦର ଥାନା କୁଇଓ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ପୂର୍ବାହ୍ନ ୧୦ଟା ବେଳେ ଜଣେ ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ନାବାଳିକା ହେଲେ, ଦାଶରଥି ସାହୁଙ୍କ ଝିଅ ଖୁସି ସାହୁ(୧୨) । ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ ପ୍ରାୟ ଏକ ମାସ ହେଲା କୁଇଓରେ ରହୁଥିଲେ । ଆଜି ପୂର୍ବାହ୍ନରେ ନାବାଳିକା ତାଙ୍କ ମାଙ୍କ ସହ ଘରେ ଥିଲେ । ହଠାତ ଜଣେ ଯୁବକ ଘରେ ଧସେଇ ପଶିଥିଲା । ନାବାଳିକାଙ୍କ ମାଙ୍କୁ ଧକ୍କା ଦେଇ ଘରେ କବାଟ ଦେଇ ଦେଇଥିଲା । ଆଉ ପରେ ପରେ ନାବାଳିକାଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲା । ନାବାଳିକାଙ୍କୁ ପରିବାର ଲୋକ ତୁରନ୍ତ ନବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଅନୁଗୋଳ ସଦର ଥାନା ଅଧିକାରୀ ସତ୍ଯବ୍ରତ ରାଉତ ସଦଳବଳେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପହନ୍ଚିଥିଲେ । ପ୍ରାଥମିକ ତଦନ୍ତ ବେଳେ ଏହା ଏକ ତରଫା ପ୍ରେମ ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା । ଆଉ ଅଭିଯୁକ୍ତ ଯୁବକ ଜଣଙ୍କ NTPC ଥାନା ବଡ଼ଗୁଣ୍ଡୁରୀ ଗାଁର ରଞ୍ଜନ ବେହେରା ବୋଲି ଜାଣିବାକୁ ପାଇଥିଲା । ଏହା ଜାଣିବା ପରେ ପୁଲିସ ଏକ ଟିମ ପ୍ରସ୍ତୁତ କରି ସମ୍ପ୍ରୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି . ସେପଟେ ସାଇଣ୍ଟିଫିକ ଟିମ ନେଇ ଘଟଣା ସ୍ଥଳରେ ଯାଂଚ କରୁଛି । ଗାଁ ଲୋକଙ୍କ କହିବା କଥା ସମ୍ପୃକ୍ତ ଯୁବକ ଜଣଙ୍କ ସକାଳୁ ଏକାଧିକ ଯୁବକଙ୍କ ଆସି ସୁଯୋଗ ଅପେକ୍ଷାରେ ଥିଲା । ଆଉ ସୁଯୋଗ ପାଇବା ପରେ ଘରେ ପଶି ଏଭଳି ହତ୍ୟା କରିଛି । ଅଭିଯୁକ୍ତ ଏକତରଫା ପ୍ରେମରୁ ଏଭିଳି କାଣ୍ଡ ଭିଆଇଛି । ପୂର୍ବରୁ ସମ୍ପୃକ୍ତ ଯୁବକ ଜଣଙ୍କ ନାବାଳିକାଙ୍କୁ ଅନେକ ଥର ଫୋନ କରି ପ୍ରେମ ନିବେଦନ କରୁଥିଲା । ଏପରିକି ଯିବା ଆସିବା ବାଟରେ ମଧ୍ୟ କଥା ହେବାକୁ ଚେଷ୍ଟା କରୁଥିଲା । ଏଥିପାଇଁ ନାବାଳିକାଙ୍କ ପରିବାର ଲୋକ ମୋବାଇଲ ନମ୍ବର ମଧ୍ଯ ବଦଳାଇ ଦେଇଥିଲେ । ଶେଷରେ ବିଫଳ ହୋଇ ଏଭଳି କାଣ୍ଡ ଭିଆଇଛି ।