Spread the love

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି |ଅନୁଗୁଳ ଜିଲ୍ଲାରେ ବ୍ୟାପକ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ସମସ୍ୟା ପିଇବା ପାଣି ର ସମସ୍ୟା, ଓ ଡ଼ିଏମ ଫଣ୍ଡ ରେ ବ୍ୟାପକ ଦୁର୍ନୀତି କୁ ନେଇ ବିଜେପି ଉଦବେଗ ପ୍ରକାଶ କରିଛି |ଦିନକୁ ୬ ଘଣ୍ଟାରୁ ଉର୍ଦ୍ଧ ସମୟ ବିଜୁଳି କାଟ, ଲୋ ଭୋଲ୍ଟେଜ଼ ପିଇବା ପାଣି ପାଇଁ ଲୋକ ମାନେ ଡହଳ ବିକଳ ହେଉଛନ୍ତି,କିନ୍ତୁ ପ୍ରଶାସନ ଓ ରାଜ୍ୟ ସରକାର ଙ୍କର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ନାହିଁ ବୋଲି ବିଜେପି ଅଭିଯୋଗ କରିଛି |ଡ଼ିଏମଏଫ ଫଣ୍ଡ ରେ ଥିବା ହଜାର ହଜାର କୋଟି ଟଙ୍କା କୁ ବିନା ଟେଣ୍ଡର ରେ ମନଇଚ୍ଛା ଖର୍ଚ୍ଚ କରାଯାଇ ଶାସକ ଦଳ ପାଇଁ ପାଣ୍ଠି ଯୋଗାଡ଼ କରୁଛି ଜିଲ୍ଲା ପ୍ରଶାସନ ବୋଲି ବିଜେପି ଅଭିଯୋଗ କରିଛି |ଜିଲ୍ଲାରେ ମନରେଗା ରେ ବ୍ୟାପକ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ପୁଙ୍ଖାନୂପୁଖ ଆଲୋଚନା ହୋଇଥିଲା |ପ୍ରଶାସନ ଓ ରାଜ୍ୟ ସରକାର ଏ ସମସ୍ତ ବିଷୟ ପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବିଜେପି ରାଜରାସ୍ତା କୁ ଓହ୍ଲାଇବ ବୋଲି ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି |ଏହି ବୈଠକ ରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ, ଓ ପ୍ରତିମା ମିଶ୍ର, ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଅମୀୟ ତ୍ରିପାଠୀ ଓ ସୁଜାତା ଦାସ,ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ, ବରିଷ୍ଟ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ,ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର ଓ ପ୍ରଭାତ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର ଜିଲ୍ଲା ମିଡିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ସମସ୍ତ ମଣ୍ଡଳ ପ୍ରଭାରୀ ମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *