Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ସୀମା ଲଙ୍ଘିଲା ପୋଲିସ ର ବର୍ବରତା । ପୋଲିସ ବିରୁଦ୍ଧରେ ଥାର୍ଡ ଡିଗ୍ରୀ ଅଭିଯୋଗ । ଅନୁଗୁଳ ଜିଲା ଆଠମଲ୍ଲିକ ପୋଲିସ ବିରୁଦ୍ଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଛେଳି କିଣା ବିକା ମାମଲାରେ ଅର୍ଥ ଦେନନେଣ କୁ ନେଇ ବିକ୍ରେତା ଙ୍କୁ ଆଠମଲ୍ଲିକ ଥାନା ରେ ସାଂଘାତିକ ମାଡ଼ ସହ ଥାର୍ଡ ଡିଗ୍ରୀ ଦେଇଥିବା ଆଠମଲ୍ଲିକ ଥାନାର କଳ୍ପନା ବେହେରା ଓ ସହଯୋଗୀ ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୀଡିତ ପରିବାର। ଘଟଣା ଟି କିଛି ଏହିପରି ଅନୁଗୁଳ ଜିଲା ଆଠମଲ୍ଲିକ ଥାନା ଇଲାକାର ଯଦୁପୁର ଗାଁ ର ମଦନ ସାହୁ ପ୍ରାୟ ୧୫ ଦିନ ତଳେ ସେହି ଗାଁ ର ଜଣେ ବ୍ୟକ୍ତି ଙ୍କୁ ପ୍ରାୟ ୨୦ ହଜାର ଟଙ୍କା ରେ ୫ ଟି ଛେଳି ବିକ୍ରି କରିଥିଲେ ।
ତେବେ ଛେଳି କିଣିଥିବା ସେହି ଗାଁ ର ମୋହନ ଜାଲ ଓ ମୁରଲୀ ଜାଲ ଛେଳି ଗୁଡିକ ରୋଗୀନା ଦର୍ଶାଇ କିଛିଦିନ ଛେଳି ରଖିବା ପରେ ପୁଣି ମଦନ ଙ୍କୁ ଫେରସ୍ତ କରି ଟଙ୍କା ଦାବି କରିଥିଲେ । ଏଥିରେ ମଦନ ରାଜି ନ ହେବାରୁ ଉଭୟ ଭାଇ ମୋହନ ଓ ମୁରଲୀ ମଦନ ଙ୍କ ନାଁରେ ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ । ଏତଲା କୁ ଆଧାର କରି ପୋଲିସ , ମଦନ କୁ ଥାନାକୁ ଆଣି ପଚାରା ଉଚରା ଆଳରେ ନିଧୁମ ମାଡ଼ ମାରିଥିଲେ । ଥାନା ପରିସରରେ ଏସଆଇ କଳ୍ପନା ବେହେରା ଓ ତାଙ୍କ ସହଯୋଗୀ ମଦନ ଙ୍କୁ ଏପରି ମାଡ଼ ମାରିଲେ ଯେ ତାଙ୍କ ଶରୀର ରେ ଦାଗ ସୃଷ୍ଟି ହେଲା । ଖାଲି ସେତିକିରେ ଶାନ୍ତ ପଡିଲା ନାହିଁ ପୋଲିସ ମଦନ ଛାତିରେ ଚଢି କାଳେ ଟଙ୍କା ଫେରେଇବା ପାଇଁ ତାଗିତ କଲା । ପୋଲିସ ର ଅକଥନୀୟ ଅତ୍ୟାଚାର ସହ୍ୟ ନ କରିପାରି ଶେଷରେ ମଦନ ନିଜ ପୁଅ ହାତରେ 10 ହଜାର ଟଙ୍କା ମଗାଇ ପୋଲିସ ଅଧିକାରିଣୀ ଙ୍କୁ ଦେଇଥିବା ମଦନ ଙ୍କ ପୁଅ କହିଛନ୍ତି ।
ସେପଟେ ନିଜ ମାମୁଁ ମଦନ ଙ୍କ ସଂକ୍ରାନ୍ତରେ ବୁଝିବାକୁ ଥାନା କୁ ଯାଇଥିବା ବେଳେ ମଦନ ଙ୍କ ଭଣଜା ଙ୍କୁ ମଧ୍ୟ ପୋଲିସ ଥାନାରେ ଅଟକ ରଖିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ପୋଲିସ ମଦନ ଙ୍କୁ ଛାଡି ଥିବା ବେଳେ ପରିବାର ଲୋକେ ମଦନ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଉପକଣ୍ଠ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ ହେବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ପୋଲିସ ର ଏଭଳି ଆଚରଣ ବିରୁଦ୍ଧରେ ପୀଡିତ ପରିବାର ସ୍ବର ଉତୋଳନ ସହ ନ୍ୟାୟ ଭିକ୍ଷା କରିଛନ୍ତି । ସେପଟେ ଏହି ଘଟଣା ରେ ଆଠମଲ୍ଲିକ ଥାନା ର ଏଏସଆଇ କଳ୍ପନା ବେହେରା ମାଡ଼ ମରାଯିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି ।

Leave a Reply

Your email address will not be published. Required fields are marked *