Spread the love

ନୂଆଦିଲ୍ଲୀ: ୩୫ ଦିନ ପରେ କମିଲା ପେଟ୍ରୋଲ-ଡିଜେଲ ଦର | ଦୀର୍ଘ ୩୫ ଦିନ ଧରି ସ୍ଥିର ରହିବା ପରେ ଆଜି ଦେଶରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବ ଦାମ ତୁଳନାରେ ଆଜିର ପେଟ୍ରୋଲ ଦର ୨୦ ପଇସା ଶସ୍ତା ହୋଇଥିବା ବେଳେ ଡିଜେଲ ଦର ୨୦ ପଇସା ଶସ୍ତା ହୋଇଛି।

India.com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୨.୪୬ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୭.୦୮ଟଙ୍କା ରହିଛି | ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦାମ ଲିଟର ପ୍ରତି ୧୦୧.୬୪ ଟଙ୍କା ଥିବାବେଳେ ଡିଜେଲର ଦାମ ୮୯.୦୭ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଡିଜେଲ ଦାମ ୯୬.୬୪ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ୧୦୭.୬୬ ଟଙ୍କା ରହିଛି । ତେବେ ଦୀର୍ଘ ୩୫ ଦିନ ପରେ ପେଟ୍ରୋଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଶେଷ ଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିଲା । ଜୁଲାଇ ୧୮ ତାରିଖରୁ ସାରା ଦେଶରେ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଏବେ ପ୍ରାୟ ମାସକ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସେପଟେ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଡିଜେଲ ଦାମ ଲଗାତାର ଶସ୍ତା ହେଉଥିବା ଦେଖିବାକୁ ମିଳୁଛି । ଆଜି ମଧ୍ୟ ଡିଜେଲ ଦାମ ୨୦ ପଇସା କମ୍ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *