Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ) ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ପ୍ରେମିକା ର ଅନ୍ୟତ୍ର ବିବାହ ଠିକ ହୋଇଯିବାରୁ ଉଭୟ ପ୍ରେମୀ ଯୁଗଳ ଜୀବନ ହାରିବା ର ନିଷ୍ପତ୍ତି ନେଇ ଏକ ଗଛ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ବରଡ଼ାକଟା ଗ୍ରାମ ଜମିମାଳ ଅଞ୍ଚଳରେ ।ଗତ ବିଳମ୍ବିତ ରାତିରେ ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ଆଠମଲ୍ଲିକ ବ୍ଲକ ବରଡ଼ାକଟା ଗ୍ରାମର ଯୁବକ ମାନସ କ୍ଷେତି (୨୩)ଓ ସେହି ଗ୍ରାମର ମିଲି ପାଢି (୨୦) ଉଭୟେ ଉଭୟଙ୍କୁ ଭଲ ପାଉଥିଲେ ।କିଛି ଦିନ ହେବ ମିଲିଙ୍କ ବାହାଘର ଠିକ ହୋଇଯାଇଥିଲା I ଏହି ଘଟଣା ପରେ ଉଭୟେ ଶେଷରେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ ଙ୍କ ଠାରୁ ପ୍ରକାଶ । ଘଟଣା ସ୍ଥଳରେ କିଆକଟା ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛନ୍ତି Iଆନୁସଙ୍ଗିକ ପରିସ୍ଥିତି ରୁ ସମ୍ପୁକ୍ତ ଘଟଣାଟି ଆତ୍ମହତ୍ୟା ନା ହତ୍ୟା ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *