ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲାର ଆଠ ଗୋଟି ବ୍ଳକର ୱେବ୍ ମିଡ଼ିଆ ବନ୍ଧୁ ମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କୁରୁଡୋଲ ହନୁମାନ ବଟିକାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଆଠଟି ବ୍ଲକର ୱେବ୍ ମିଡ଼ିଆ ବନ୍ଧୁ ମାନଙ୍କ ସମର୍ଥନରେ ମହାସଂଘ ଗଠନ ହୋଇଅଛି । ଏହି ମହାସଂଘ ନାମ ସର୍ବ ସମ୍ମତି କ୍ରମେ ଅନୁଗୋଳ ଜିଲ୍ଲା ୱେବ୍ ମିଡ଼ିଆ ମହାସଂଘ ନାମିତ କରାଯାଇଅଛି । ଉକ୍ତ ବୈଠକରେ ନିମ୍ନ ଲିଖିତ ଜିଲ୍ଲା କମିଟି ପଦାଧୀକାରୀଙ୍କ ନାମ ସଂଘ ପକ୍ଷରୁ ଘୋଷଣା କରାଗଲା । ଜିଲ୍ଲା ସଭାପତି ରୂପେ ଶଶାଙ୍କ ଶେଖର ସାମଲ, ଉପସଭାପତି ରୂପେ ଦିଲ୍ଲୀପ କୁମାର ନାଏକ, ସମ୍ପାଦକ ରୂପେ ବିଭୁତି ଭୂଷଣ ପ୍ରଧାନ, କୋଷାଧ୍ୟକ୍ଷ ରୂପେ ପ୍ରେମାନନ୍ଦ ନାୟକ, ଉପଦେଷ୍ଟା ରୂପେ ରାକେଶ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ତଥା ଆଇଟି ସେଲର ଅଧ୍ୟକ୍ଷ ରୂପେ ନିପୁ ଭୂତିଆ, ସହ ସମ୍ପାଦକ ରୂପେ ସତ୍ୟପ୍ରକାଶ ସାହୁ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ରୂପେ ନିହାର ରଞ୍ଜନ ପଟ୍ଟନାୟକ ଏବଂ ସମନ୍ୱୟକାରୀ ରୂପେ କିଶୋର କୁମାର ଭୂତିଆ ନାମ ଚୟନ କରାଗଲା । ସମସ୍ତ କମିଟି ପଦାଧୀକାରୀଙ୍କୁ ଉତ୍ତୋରୀୟ ଦେଇ ସଂମ୍ମାନୀତ କରାଯାଇଥିଲା । ଶେଷରେ ରାଜେଶ ପାତ୍ର ଧନ୍ୟବାଦ ଅର୍ପଣ କରି ବୈଠକକୁ ସମାପନ କଲେ । ଏହି ବୈଠକରେ ଆୟୋଜକ ସୁଧାକର ସାହୁ, ଜିତେନ ସାହୁ, ରତି ରଞ୍ଜନ ସ୍ବାଇଁ, ବାଦଲ ନାଏକ, ଶଂସାଙ୍କ ସାହୁ, ରୁଦ୍ର ମୋହନ ସାହୁ, ସୁମନ୍ତ ଦଳ ବେହେରା ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଆଠଟି ବ୍ଲକର ୮୨ଜଣ ୱେବ୍ ମିଡ଼ିଆ ବନ୍ଧୁ ଉପସ୍ଥିତ ଥିଲେ ।