ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ତାଳଚେର ବ୍ଳକ କଙ୍କିଳି ଭାରତୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଗୋଡ଼ିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ୱାରା ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି। ଯେଉଁଠି କି ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ସେଠାକୁ ଆସିଥିବା ରୋଗୀ ମାନଙ୍କୁ ଯୋଗାଇ ଦିଆ ଯାଇଛି। ଶିଶୁ, ପ୍ରସୂତି ଓ ସ୍ତ୍ରୀ , ନାଶା, ଚର୍ମ , ଭେଷଜ ଠାରୁ ଆରମ୍ଭ କରି ସମସ୍ତ ରୋଗ ର ନିରାକରଣ ନିମନ୍ତେ ପରୀକ୍ଷା କରିବା ସହ ମାଗଣା ଔଷଧ ଯୋଗାଇ ଦିଆ ଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ଲୋକମାନଙ୍କୁ ଉତ୍ତମ ସୁବିଧା ଦିଆଯିବ ତାକୁ ନେଇ ସରକାର ଙ୍କ ଏହି ଯୋଜନାବିଭିନ୍ନ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହେଉଅଛି । ।ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜନ ସ୍ଵାସ୍ଥ୍ୟ ଅଧିକାରୀ ଅନୁଗୋଳ, ତାଳଚେର ଉପ ଜିଲ୍ଲାପାଳ, ବିଡ଼ିଓ ତାଳଚେର, ବ୍ଲକ୍ ଅଧକ୍ଷ , ଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ। ଏହି ସ୍ବାସ୍ଥ୍ୟ ମେଳା ରେ ସମସ୍ତ ଡାକ୍ତର , ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥଲେ।ଏଥି ଏହି କାର୍ଯ୍ୟକ୍ରମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।