ଅନୁଗୋଳ,(ସୁବ୍ରତ ପଟ୍ଟନାୟକ): ଅଗ୍ନି ରୂପ ରେ ଆବିର୍ଭାବ ହେଲେ ଅଗ୍ନିରୁପି ମା ହିଙ୍ଗୁଳା । ଅନୁଗୁଳ ଜିଲା ତାଳଚେର ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟ ନିକଟରେ ଅଗ୍ନିରୁପି ଙ୍କ ଆବିର୍ଭାବ ସ୍ଥଳ ଚିହ୍ନଟ କରାଯାଇଛି । ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ତାଳଚେରରେ ଅନୁଷ୍ଠିତ ହୁଏ ‘ହିଙ୍ଗୁଳାଯାତ୍ରା’। ସେଠାର ସିଙ୍ଗଡ଼ା ନଦୀ ତଟ ଗୋପାଳ ପ୍ରସାଦ ଗ୍ରାମରେ ଅଛି ହିଙ୍ଗୁଳାଦେବୀଙ୍କର ପ୍ରସିଦ୍ଧ ପୀଠ।ଏହି କ୍ରମରେ ପ୍ରତିବର୍ଷ ଭଳି ମା ଙ୍କ ର ହେବ ନବଦିନାତ୍ମକ ପୂଜା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚି ଥିବା ବେଳେ , ଆସାନ୍ତା 15 ରୁ 23 ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଏ ଦେବୀ ଅଗ୍ନିସ୍ୱରୂପା। ଅଗ୍ନି ହିଙ୍ଗୁଳବର୍ଣ୍ଣର ହୋଇଥିବାରୁ ଏହାଙ୍କୁ ‘ହିଙ୍ଗୁଳବର୍ଣ୍ଣା’ ରୂପେ କଳ୍ପନା କରାଯାଇଛି। ସେହି ଅନୁସାରେ ନାମ ହୋଇଛି ‘ହିଙ୍ଗୁଳା’।