ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସାହିରେ ଥିବା ସରକାରୀ ଜମି କୁ ସାହି ବାହାର ର ଲୋକଙ୍କ ପକ୍ଷରୁ ଜବରଦଖଲ କୁ ନେଇ ଚାପା ଉତେଜନା । ଅନୁଗୁଳ ପୋୖରାଞ୍ଚଳ ର ଚାରି ନମ୍ବର୍ ୱାର୍ଡ ରେ ଦେଖା ଦେଇଛି ଏହି ଚାପା ଉତେଜନା । ଅଭିଯୋଗ ଅନୁସାରେ ଚାରି ନମ୍ବର୍ ୱାର୍ଡ ର ବ୍ରାହ୍ମଣୀଦେଇ ପଡା ରୁ ଡେଲି ମାର୍କେଟ କୁ ସଂଯୋଗ କରୁଥିବା ରାସ୍ତା ଓ ପୋଖରୀ ହୁଡାରେ କିଛି ଲୋକ ସରକାରୀ ଜମି କୁ ଜବରଦଖଲ କରୁଥିଲେ । ଯାହାକୁ ସାହି ଲୋକେ ବିରୋଧ କରିଥିବା ବେଳେ ଏଥିରୁ ନିବୃତ ରହିବାକୁ ଜବରଦଖଲ ଉଦ୍ୟମ କରୁଥିବା ଲୋକେ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ଆଜି ପୁଣି ସମ୍ପୃକ୍ତ ସ୍ଥାନରେ ଜବରଦଖଲ ଉଦ୍ୟମ ହୋଇଥିବା ଜାଣି ସାହି ଲୋକେ ପୌର ଅଧିକାରୀ ଙ୍କୁ ଅବଗତ କରିଥିଲେ ।
ଫଳରେ ପୌର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ହଠାତ ସେଠାରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତି କୁ ନେଇ ହଡ଼ବଡ଼ ହୋଇଯାଇଥିଲେ ପୌର କର୍ମଚାରୀ ଓ ଜେସିବି କର୍ମଚାରୀ । ସନ୍ଧେହ ହେବାରୁ ଏ ନେଇ ପୌର କର୍ମଚାରୀ ଙ୍କୁ ପଚାରିବାରେ ସେମାନଙ୍କ ନିକଟରେ ଉଛେଦ ପାଇଁ ସେଭଳି କିଛି ଲିଖିତ ଅର୍ଡର ନ ଥିବା ଜଣା ପଡ଼ିଥିଲା ।