Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସରକାର ବିଦ୍ୟାଳୟର ଉନ୍ନତୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଶିକ୍ଷକ ଅଭାବ ଥିବାରୁ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଅସୁବିଧା ହଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ଅନ୍ତର୍ଗତ ମରଣ୍ଡା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ମରଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ଆବଶ୍ୟକ ଶିକ୍ଷକ ବା ଶିକ୍ଷୟତ୍ରୀ ନାହାନ୍ତି ।ଫଳରେ ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। କିନ୍ତୁ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀ ଯାଏ ରେ ମୋଟ 120 ଛାତ୍ର ଛାତ୍ରୀ ଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କୁ ନେଇ ଜଣେ ଶିକ୍ଷକ ଶିକ୍ଷାଦାନ କରିବା ଦୂରର କଥା ଉପସ୍ଥାପନ ପକାଇବା ପାଇଁ ବହୁତ୍ ସମୟ ଲାଗିଥାଏ। ଯାହାକି ପିଲାମାନେ ଶିକ୍ଷା ଗ୍ରହଣ କରି ପାରୁ ନାହାଁନ୍ତି। ଫଳରେ ଆଜି ଗ୍ରାମବାସି ମାନେ ବିଦ୍ୟାଳୟ ଫାଟକ ରେ ତାଲା ପକାଇଛନ୍ତି।

Leave a Reply

Your email address will not be published. Required fields are marked *