ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବଅଁରପାଳ ଠାରୁ ଅନୁଗୋଳ ପର୍ଯ୍ୟନ୍ତ ଜାତୀୟ ୫୫ ନମ୍ବର ରାଜପଥ ଦୂର ବସ୍ତା ନେଇ ଅଞ୍ଚଳ ବାସୀ ବାରମ୍ବାର ଆନ୍ଦଳନ କରାଯାଉଥିବା ବେଳେ ପ୍ରଶାସନ ଉଚିତ୍ ପଦକ୍ଷେପ ନ ଦେବାରୁ ରୁ ବିଫଳ ହୋଇଛି। ଗତ ୬ ବର୍ଷ ଧରି ରାଜପଥ ନିର୍ମାଣ କରିବା ପାଇଁ ଗାୟତ୍ରୀ କନଷ୍ଟ କସନ ନାମକ ଠିକା ସଂସ୍ଥା କାମ ନେଇଥିଲା। କିନ୍ତୁ କାର୍ଯ୍ୟ ସଂପୂର୍ଣ୍ଣ ଅବଧି ଶେଷ ହେବ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ମାତ୍ର ୨୦ ଭାଗ ଶେଷ ହୋଇଛି। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଠପ ହୋଇଯାଇଛି। ରାସ୍ତା ସମ୍ପୂର୍ଣ୍ଣ ଭାବେ ମରଣଯନ୍ତା ପାଲଟିଥିବା ବେଳେ ଦୈନିକ ଶହ ଶହ ଦୁର୍ଘଟଣା ଘଟୁଛି। ବଅଁରପାଳ ଠାରୁ ଅନୁଗୋଳ ପର୍ଯ୍ୟନ୍ତ ରାସ୍ତାରେ ଧୂଳି ଉଡିବା ରୁ ଜନ ସାଧାରଣ ଧୂଳି, ପାଉଁଶ ଖାଇ ଅତିଷ୍ଠ ହୋଇ ପଡିଲେଣି। ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ରାସ୍ତାର ଦୂର ବସ୍ତା ଅନେକ ଥର କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ସାଂସଦ ଗତ ୨୧/୦୨/୨୦୨୨ ରେ ଅନୁଗୋଳ ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ରାସ୍ତା ନିର୍ମାଣ ଓ ତାଳଚେର ଥର୍ମାଲ୍ ଛଟେଇ ଶ୍ରମିକ ମାନଙ୍କୁ ନିୟୋଜିତ କରା ନ ଗଲେ ମାର୍ଚ୍ଚ ୩ ରେ ପୂର୍ବ ଯୋଜନା ଅନୁଯାଇ ରାସ୍ତା ରୋକ ହେବ ବୋଲି ଚିଠି ଲେଖି ଥିଲେ। କୌଣସି କାର୍ଯ୍ୟ ନ ହେବାରୁ ଆଜି ସକାଳ ୬ ଘଟିକା ରୁ ସନ୍ତ୍ରୀ ଛକ ଠାରେ ଶହ ଶହ ଗ୍ରାମବାସୀ, ବଜାର ବାସୀ ଓ ସାଂସଦ ଉପସ୍ଥିତ ରହି ରାସ୍ତା ରୋକ କରିଥିଲେ। ଆନ୍ଦଳନ ସ୍ତଳ କୁ ଅନୁଗୋଳ ଏଡିଏମ ରଜନୀକାନ୍ତ ସ୍ୱାଇଁ , ସିଡିପିଓ ଭବାନୀ ଶଙ୍କର ଉଦଗାତା, ବଅଁରପାଳ ଆଇ.ଆଇ.ସି ନରେଶ ସାହୁ ପହଁଚି ଆନ୍ଦଳନ କାରୀ ଙ୍କୁ ବୁଝା ଶୁଝା କରୁଥିଲେ ମଧ୍ୟ ରାସ୍ତା ନିର୍ମାଣ ନ ହେବା ଯାଏଁ ଆନ୍ଦଳନ ରୁ ନିବୃତ ହେବୁ ନାହିଁ ବୋଲି ଜିଦ୍ ରେ ଅଟଳ ଅଛନ୍ତି। ବିଳମ୍ବିତ ସମୟରେ ଢେଙ୍କାନାଳ ରୁ ଏନ୍.ଏଚ୍.ଆଇ ରୁ କତୃପକ୍ଷ ଘଟଣା ସ୍ଥଳରେ ପହଂଚି ଆସନ୍ତା ୧୦ ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦଳନ କାରୀ ମାନେ ଆନ୍ଦଳନ ରୁ ନିବୃତ ହୋଇଥିଲେ।