Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। କୋଭିଡ଼ ନିୟମ ଅନୁସାରେ ନିରାଡ଼ମ୍ବର ଭାବେ ଏହା ପାଳିତ ହୋଇଥିଲା। ଆଇନ ମନ୍ତ୍ରୀ  ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ମନ୍ତ୍ରୀ ତାଙ୍କର ସିମୀତ ଉଦବୋଧନରେ ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଏବଂ ବୀରସୁରୀ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ କରୋନା  ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ। କଟକଣା ଅନୁସାରେ ମାତ୍ର ଦୁଇଟି ପୋଲିସ ତ୍ରୁପକୁ ନେଇ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଜଗମୋହନ ମୀନା ଉପସ୍ଥିତ ଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *