ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଗତକାଲି ପ୍ରଶ୍ନ ଉଠିଥିବା ବେଳେ ଆଜି ସମାନ ପ୍ରସଙ୍ଗରେ ବିଜେପି ପକ୍ଷରୁ ପ୍ରତିବାଦ ସ୍ବରୂପ ପାଳଲହଡା ବ୍ଲକ କାର୍ଯ୍ୟଳୟ ସମୁଖରେ ଧାରଣା ଦିଆଯାଇଥିଲା ।
ଏହି କ୍ରମରେ ବରିଷ୍ଠ ବିଜେପି ନେତା ସ୍ଥାନୀୟ ବିଡ଼ିଓ ଉଦେଶ୍ୟମୂଳକ ଭାବେ ପ୍ରାଥୀ ତାଲିକାରେ ଚଞ୍ଚକତା କରିଥିବା ଦର୍ଶାଇ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ସୂଚନା ଅନୁଯାୟୀ ଗତକାଲି ରବିବାର ସତ୍ତ୍ୱେ ନିର୍ବାଚନ ଦାଇତ୍ୱ ରେ ଥିବା ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ପକ୍ଷରୁ ଦସ୍ତଖତ କରାଯାଇଥିବା ଦୁଇଟି ତାଲିକା ପ୍ରାୟ ଏକ ଘଣ୍ଟା ବ୍ୟବଧାନରେ ଲଗାଯାଇଥିଲ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ସାତ ଜଣ ଚୂଡାନ୍ତ ସମିତି ସଭ୍ୟ ପ୍ରାଥୀ ଙ୍କ ର ତାଲିକା ପ୍ରକାଶ କରାଯିବା ସହ ବ୍ଲକ କାର୍ଯ୍ୟଳୟ କାନ୍ତଃ ରେ ଲଗାଯାଇଥିଲା । ଯେଉଁଥିରେ ସମିତି ସଭ୍ୟ ପଦ ପାଇଁ ପ୍ରତିନିଧିତ୍ୱ କରୁଥିବା ରଞ୍ଜିତ କୁମାର ବିଶ୍ବାଳଙ୍କ ନାମ ଉଲ୍ଲେଖ ନଥିଲା । କିନ୍ତୁ ପ୍ରାୟ ଏକ ଘଣ୍ଟା ପରେ ତରବରିଆ ଭାବେ ସମ୍ପୃକ୍ତ ତାଲିକା କୁ ସେଠାରୁ ହଠା ଯାଇ ଆଉ ଏକ ତାଲିକା , ଯେଉଁଥିରେ ତାହା କୁ ପୁନଃ ଉକ୍ତ ସ୍ଥାନରେ ଲଗାଇ ଦିଆଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ସନ୍ଧେହ ଉତ୍ପନ୍ନ ହୋଇଛି ।
ଏ ନେଇ ବ୍ଲକ କାର୍ଯ୍ୟଳୟ ପକ୍ଷରୁ ଘଟଣା କୁ ହାଲୁକା ଭାବରେ ନିଆଯିବା ସହ ଭୁଲ ବଶତଃ ସମ୍ପୃକ୍ତ ପ୍ରାଥୀ ଙ୍କ ନାମ ଉଲ୍ଲେଖ ହୋଇ ପାରି ନଥିବା ଓ ପରେ ଏ ନେଇ ଜଣା ପଡିବା ପରେ ତ୍ରୁଟି ସଂଶୋଧନ କରାଯାଇଥିବା ଗଣମାଧ୍ୟମ କୁ କୁହାଯାଇଥିଲା ।