Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗାଁକୁ ସଠିକ ରାସ୍ତା ନଥିବାରୁ ଠିକଣା ସ୍ଥାନରେ ପହଞ୍ଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ। ଆଉ ଶେଷରେ ଗର୍ଭ ଯନ୍ତ୍ରଣାରେ ଛଟପଟ, ଷ୍ଟ୍ରେଚରରେ ଗୋଟେ କିଲୋମିଟର ବୁହା ହେଲେ ଗର୍ଭବତୀ ମହିଳା। ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ସଇଡା ପଞ୍ଚାୟତ ସଇଡା ଗ୍ରାମର କେଲ ସାହିରେ ଦେଖିବା ପାଇଁ ମିଳିଛି ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ । ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ ଫଳରେ ୧ କିଲୋମିଟର ଷ୍ଟ୍ରେଚର ରେ ବୁହି ନେଲେ ଗର୍ଭବତୀ ମହିଳାଙ୍କୁ। ୧୦୮କର୍ମଚାରୀ ଓ ପରିବାର ଲୋକେ। ଆଜି ଦ୍ୱିପ୍ରହର ସମୟରେ କେଲ ସାହିର କନାଇ କେରାଇଙ୍କ ସ୍ତ୍ରୀ ସୁମନ୍ତୀ କେରାଇଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶା କର୍ମୀଙ୍କୁ ଡାକି ଥିଲେ। ପରେ ୧୦୮କୁ କଲ କରିଥିଲେ। ତେବେ ଗାଁ ରେ ରାସ୍ତା ନଥିବାରୁ ୧୦୮ ଗାଁ ଭିତରକୁ ଯାଇପାରିନଥିଲା।, ଫଳରେ ୧୦୮ କର୍ମଚାରୀ ଓ ପରିବାର ଲୋକେ ଷ୍ଟ୍ରେଚରରେ ୧ କିଲୋମିଟର ବୋହି ନେଇଥିଲେ। ପରେ ପାଳଲହଡା ଡାକ୍ତରଖାନାରେ ସମ୍ପୃକ୍ତ ମହିଳାଙ୍କୁ ଭର୍ତି କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *