Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ (covid hospital)ର ଇତି ମଧ୍ୟରେ ପୁନଃଆରମ୍ଭ କରାଯାଇଛି । ଟାଟା ଷ୍ଟିଲ ପକ୍ଷରୁ ଢେଙ୍କାନାଳ ଜିଲା ର ଓଡ଼ାପଡା ବ୍ଲକ ର ଖଡକପ୍ରସାଦ ଠାରେ ଥିବା ନବଭାରତ ଭେଞ୍ଚର୍ସ ର ଦକ୍ଷତାବିକାଶ କେନ୍ଦ୍ରରେ ପୂର୍ବରୁ ନିର୍ମାଣ କରାଯାଇଥିବା ପ୍ରାୟ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କୁ କାର୍ଯ୍ୟକ୍ଷମ କରାଯାଇଛି । ଏହି କ୍ରମରେ ଗତ ୧୯ ତାରିଖ ରେ ଜିଲାପାଳ ସରୋଜ କୁମାର ସେଠୀ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ ପ୍ରମୁଖ ସମ୍ପୃକ୍ତ କୋଭିଡ ହସ୍ପିଟାଲ କୁ ପରିଦର୍ଶନ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ କୋଭିଡ -୧୯ ରୋଗୀଙ୍କୁ ମାଧ୍ୟମିକ ସ୍ତରରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକ ଅନ୍ୟ ମେଡ଼ିକାଲ ଉପକରଣ ବ୍ୟତୀତ ହସ୍ପିଟାଲରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ବିଶିଷ୍ଟ ୫୦ ଟି ଶଯ୍ୟା ରହିଛି ।
ମୋଟ ୪ ଜଣ ଡାକ୍ତର ୧୫ ଜଣ ନର୍ସ ଓ ୧୫ ଜଣ ହାଉତ୍ସକିପିଙ୍ଗ ହସ୍ପିଟାଲ କୁ କାର୍ଯ୍ୟକ୍ଷମ କରିବା ପାଇଁ ଧାର୍ଯ୍ୟ ହୋଇଛି । ଏହି ହସ୍ପିଟାଲ କୁ କାର୍ଯ୍ୟକ୍ଷମ କରିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସମ୍ପୃକ୍ତ ଦକ୍ଷତା ବିକାଶ କେନ୍ଦ୍ର ର ଢାଞ୍ଚାଗତ ରୂପାନ୍ତକରଣ କରାଯାଇଛି । ଏହା ବ୍ୟତୀତ ଦୁଇଟି କଣ୍ଟେନର କୁ ଏଥିରେ ସମ୍ମିଳିତ କରାଯିବା ସହ ଶୌଚାଳୟ ଆଦି ର ବ୍ୟବସ୍ଥା କରାଯାଇଛି ।ମହାମାରୀର ଦ୍ଵିତୀୟ ଲହର ରେ ଟାଟା ଷ୍ଟିଲ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଖଡକପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶଯ୍ୟା ବିଶିଷ୍ଟ ଏକ କୋଭିଡ ୧୯ ହସ୍ପିଟାଲ ର ଶୁଭାରମ୍ଭ କରାଯାଇଥିଲା ।

Leave a Reply

Your email address will not be published. Required fields are marked *