Spread the love

ତାଳଚେ(ଶୁଭଲକ୍ଷ୍ମୀ ଦାସ): ତାଳଚେର ହାଟ ତୋଟା ଠାରେ ଥିବା ହନୁମାନ ମନ୍ଦିର ରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଏବଂ ସୁରକ୍ଷା କାମନା କରି ସାମୁହିକ ପୂଜାର୍ଚ୍ଚନା କରାଯାଇଛି।ଗୁରୁବାର ସନ୍ଧ୍ୟାରେ ହନୁମାନ ମନ୍ଦିର ରେ ବିଶେଷ ପୂଜାର୍ଚ୍ଚନା ସହ ସାମୁହିକ ଦୀପ ପ୍ରଜ୍ଜ୍ୱଳନ କରିବା ସହ, ହନୁମାନ ଚାଲିସା ପାଠ, ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି।ପ୍ରଧାନମନ୍ତ୍ରୀ ଙ୍କ ପଞ୍ଜାଵ ଗ୍ରସ୍ତ ସମୟରେ ଯେଉଁଭଳି ଭାବେ ତାଙ୍କର ସୁରକ୍ଷା କୁ ନେଇ ବିପର୍ଯ୍ୟୟ ଘଟିଲା ଏବଂ ନିଜେ ଜୀବନ ନେଇ ଫେରିବା କଥା ପ୍ରଧାନମନ୍ତ୍ରୀ ପ୍ରକାଶ କଲେ ତାହା ଆଜି ପଞ୍ଜାଵ ର କଂଗ୍ରେସ ସରକାର ର ଷଡ଼ଯନ୍ତ୍ର ସ୍ପଷ୍ଟ ବାରି ହେଉଛି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ପ୍ରକାଶ କରିଛନ୍ତି।ଦେଶବାସୀ ଙ୍କ କରୁଣା ରୁ ଏବଂ ଭଗବାନ ଙ୍କ କୃପାରୁ ଆଜି ଦେଶର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।ଆଗାମୀ ଦିନରେ କଗ୍ରେସ କୁ ଦେଶବାସୀ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଜିଲ୍ଲା ଯୁବମୋର୍ଚା ପ୍ରଭାରୀ ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ,ବରୁଣ ସାହୁ, ଯଶୋବନ୍ତ ଦାସ, ମନୋଜ ପ୍ରଧାନ, ଖଇରା ପ୍ରଧାନ, କାଳନ୍ଦୀ ପ୍ରଧାନ, ରଙ୍ଗାଧର ନାହାକ, ଜିତେନ୍ଦ୍ର ଦାସ, ଦୟା ସାଗର ମିଶ୍ର, ଜ୍ଞାନେନ୍ଦ୍ରିୟ ସେଠି, ସୁକାନ୍ତ ରାୟ, ଲଲାଟେନ୍ଦୁ ବେହେରା,ଅଶୋକ ସାମନ୍ତ,ସ୍ୱାଧୀନ ଥମ୍ବ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *