ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପ୍ରକ୍ରିୟାରେ ସଂରକ୍ଷଣ ଦେବା ଦାବିରେ ଆଦିବାସୀ ସମୂହଙ୍କ ହଲାବୋଲ । ଏହି କ୍ରମରେ ଆଜି ଅନଗୁଳ ଜିଲ୍ଲା ପାଳଲହଡା ସମ୍ମିଳିତ ଆଦିବାସୀ ସଂଘ ପକ୍ଷରୁ ଆଜି 149 ଜାତୀୟ ରାଜପଥ ବାଇପାସ ଛକଠାରେ ୨ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଥିଲା ।, ଆଦିବାସୀ ଯୁବ ନେତା ଚନ୍ଦ୍ରମୋହନ ମୁଣ୍ଡୁରୀଓ ଈଶ୍ୱରଚନ୍ଦ୍ର ପିଙ୍ଗୁଆଙ୍କ ନେତୃତ୍ୱରେ ବହୁ ଆଦିବାସୀ ପୁରୁଷ ମହିଳା ପାରମ୍ପରିକ ବେସାଭୂଷା ଓ ଅସ୍ତ୍ର ଧରି ସରଂକ୍ଷଣ ଦାବିରେ ରାସ୍ତାକୁ ଅବରୋଧ କରିବାରୁ 2 ଘଣ୍ଟା ଧରି ରାସ୍ତା ଜାମ ହୋଇଥିଲା,, ପାଳଲହଡା ପୋଲିସ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ନଜର ରଖାଯାଇଥିଲା,, ପାଳଲହଡା ବ୍ଲକରେ ପୂର୍ବରୁ 27 ଟି ସରପଞ୍ଚ ପଦବୀ ମଧ୍ୟରୁ 9 ଟି ସରପଞ୍ଚ ପଦବୀ ଅନୁସୂଚିତ ଜନଜାତି ପାଇଁ ସରଂକ୍ଷଣ ଥିଲା,, କିନ୍ତୁ ଦ୍ୱିତୀୟ ବିଜ୍ଞାପ୍ତି ରେ ଗୋଟିଏ ହେଲେ ସ୍ଥାନ ସରଂକ୍ଷଣ ନ ରହିବାରୁ ଆଦିବାସୀ ମହଲରେ ପ୍ରତିକ୍ରିୟା ଆରମ୍ଭ ହୋଇଛି,, ସରଂକ୍ଷଣର ପୁନଃ ବିଚାର କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପାଳଲହଡା ସମ୍ମିଳିତ ଆଦିବାସୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।