Spread the love

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ପଞ୍ଜାବ ଗ୍ରସ୍ତ କାର୍ଯ୍ୟକ୍ରମ ଥିଲା।ପଞ୍ଜାବରେ ୪୨୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ପ୍ରଧାନମନ୍ତ୍ରୀ କରିଥାନ୍ତେ।କିନ୍ତୁ ପ୍ରଧାନମନ୍ତ୍ରୀ ଯେତେବେଳେ ସେହି ସ୍ଥାନକୁ ଯାଉଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପଞ୍ଜାବର କଂଗ୍ରେସ ସରକାର ସମ୍ପୂର୍ଣ୍ଣ ଭାବେ ଅବହେଳା ପ୍ରଦର୍ଶନ କରିବା କାରଣରୁ ତାଙ୍କ କାର କେଡ଼କୁ ଦୀର୍ଘ ସମୟ ଅଟକା ଯାଇଥିଲା ଏବଂ ପରେ ପ୍ରଧାନମନ୍ତ୍ରୀଙ୍କୁ ସଭା ସ୍ଥଳକୁ ଛଡା ଗଲା ନାହିଁ।ସୁରକ୍ଷା ଆଳ ଦେଖାଇ ଘଟଣା ସ୍ଥଳକୁ ଛଡା ଗଲା ନାହିଁ।ଦୀର୍ଘ ସମୟ ରାସ୍ତା ଉପରେ ପ୍ରଧାନମନ୍ତ୍ରୀ ଛିଡା ହୋଇ ଫେରି ଆସିଥିଲେ।ଏଭଳି ଘଟଣା ସ୍ୱାଧୀନ ଭାରତରେ ପ୍ରଥମ ବୋଲି ବିଜେପି କହିଛି।ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ହତ୍ୟା କରାଯିବାର ଷଡ଼ଯନ୍ତ୍ର କଂଗ୍ରେସ ରଚିଥିବାର ବିଜେପି ଅଭିହିତ କରିଛି।ଏଭଳି ଏକ ସ୍ପର୍ଶ କାତରତା ଘଟଣାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ତୀବ୍ର ନିନ୍ଦା କରିବା ସହ ପଞ୍ଜାଵରେ ରାଷ୍ଟ୍ରପତି ଶାସନ ଲାଗୁ କରିବା କୁ ଦାବୀ କରିଛି।ଯଦି ପ୍ରଧାନମନ୍ତ୍ରୀ ଙ୍କୁ ପଞ୍ଜାଵ ସରକାର ସୁରକ୍ଷା ଦେଇ ପାରୁନାହିଁ ତେବେ ସେଠାରେ ସାଧାରଣ ଜନତା କେତେଦୂର ସୁରକ୍ଷିତ ବୋଲି ପ୍ରଶ୍ନ କରିଛି।ଏମର୍ମରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପ୍ରାକ୍ତନ ସଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଓ ଅଗସ୍ତି ବେହେରା, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡନାୟକ,ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ, ଜିଲ୍ଲା ଲିଗାଲ ସେଲ ଅଧ୍ୟକ୍ଷ ପେସ୍କାର ଗଡନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଜିଲ୍ଲା ଯୁବମୋର୍ଚା ସଭାପତି ସୁଦୀପ୍ତ ସ୍ୱାଇଁ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ ,ଜିଲ୍ଲା ଅବିସି ମୋର୍ଚ୍ଚା ସଭାପତି ସରୋଜ ଜେନା,ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ପ୍ରଭାତ ପ୍ରଧାନ ଓ ନମିତା ଦଳ ବେହେରା ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *