Spread the love

ଅନୁଗୁଳ: (ସୁବ୍ରତ ପଟ୍ଟନାୟକ) ଦିନେ କି ଦୁଇ ଦିନ ପାଖାପାଖି ପାଞ୍ଚ ଦିନ ଧରି ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଲେ ଗ୍ରାମବାସୀ । ଆଉ ସ୍ଥାୟୀ ସମସ୍ୟା ର ସମାଧାନ ନ ହେବାରୁ ଶେଷରେ ପମ୍ପ ହାଉସ ରେ ତାଲା ପକାଇ ଅଭିନବ ଉପାୟରେ ପ୍ରତିବାଦ କଲେ ସମ୍ପୃକ୍ତ ଗାଁ ର ମହିଳା ସମୂହ ।
ଘଟଣା ଟି ଘଟିଛି ଅନୁଗୁଳ ଜିଲା ଵଅରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମରେ । ସୂଚନା ଅନୁଯାୟୀ ସମ୍ପୃକ୍ତ ଗାଁରେ ପଞ୍ଚାୟତ ପକ୍ଷରୁ ପାଇପ ଯୋଗେ ଜଳ ଯୋଗାଣ ର ବ୍ୟବସ୍ଥା ରହିଛି । କିନ୍ତୁ ପ୍ରାୟ ପାଞ୍ଚ ଦିନ ହେବ ଏହି ପାଇପ ପାଣି ଯୋଗାଣ ଠପ ହୋଇ ରହିଛି । କାହିଁକି ପାଞ୍ଚ ଦିନ ହେବ ପାଣି ଆସୁନାହିଁ ବୋଲି ଏ ନେଇ ସମ୍ପୃକ୍ତ ଗାଁ ର ମହିଳା ମାନେ ପମ୍ପ ହାଉସ ଦାଇତ୍ୱ ରେ ଥିବା ଅପରେଟର ଙ୍କୁ ପଚାରିବାରେ , ବିଭାଗ ପକ୍ଷରୁ ବିଦ୍ୟୁତ ଦେୟ ପୈଠ କରାଯାଉନଥିବା ରୁ ବିଦ୍ୟୁତ ବିଛେଦ କରାଯାଇଥିବା ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳା ମାନେ ପମ୍ପ ହାଉସ ରେ ତାଲା ପକାଇ ଥିବା ଜଣା ପଡ଼ିଛି । ସେପଟେ ତୁରନ୍ତ ପାଣି ଯୋଗାଣ ନ ହେଲେ ସମ୍ପୃକ୍ତ ମହିଳା ମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଥିବା ପ୍ରକାଶ ।

Leave a Reply

Your email address will not be published. Required fields are marked *