ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ବୈଠକ ଜିଲ୍ଲା ସଭାପତି ସରୋଜ ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଜିଲ୍ଲା ର ପଛୁଆ ବର୍ଗ ଙ୍କ ଅଧିକାର କୁ ସରକାର କ୍ଷୁର୍ଣ୍ଣ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟରେ ୫୪ ପ୍ରତିଶତ ଓ .ବି. ସି. ହୋଇଥିବା. ବେଳେ ସବୁ କ୍ଷେତ୍ରରେ ପଛୁଆବର୍ଗ କୁ ଅବହେଳା ପ୍ରଦର୍ଶନ କରାଯାଉଛି।ସରକାରୀ ଚାକିରୀ କ୍ଷେତ୍ରରେ ମାତ୍ର ୨ ପ୍ରତିଶତ ଲୋକଙ୍କୁ ସଂରକ୍ଷଣ ବ୍ୟବସ୍ଥା ମିଳିଥିବାବେଳେ ଓ ବି ସି କମିଶନ ସମ୍ପୂର୍ଣ୍ଣ ଅଚଳ।ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଓ ବି ସି ପାଇଁ ସ୍ଥାନ ସଂରକ୍ଷଣ ନ କରିବା ରାଜ୍ୟ ସରକାର ଓ ବିଜୁ ଜନତା ଦଳ ର ଓ ବି ସି ବର୍ଗ ଙ୍କ ପ୍ରତି ବିରୋଧ ମନୋଭାବ ପ୍ରକାଶ କରୁଛି। ବିଜୁ ଜନତା ଦଳ ସରକାର ରେ ଥାଇ ଓ ବି ସି ବର୍ଗ ଙ୍କୁ ସଂରକ୍ଷଣ ନକରି ନିଜ ଦଳ ଭିତରେ କରିବା ସଂପୂର୍ଣ୍ଣ ରାଜନୀତି ବୋଲି ଜଣାପଡୁଛି।ଗତ ପାଞ୍ଚଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ରେ ଓ ବି ସି ବର୍ଗ ନିର୍ବାଚନ ଲଢ଼ି ଥିବା ବେଳେ ଓ ବି ସି କମିଶନ ଗଠନରେ ବିଳମ୍ବ ଓ ଉଚ୍ଚତମ ନ୍ୟାୟାଳୟ କୁ ସବିଶେଷ ତଥ୍ୟ ସରକାର ଦେବାରେ ବିଫଳ ହେବାରୁ ଆଜି ଓ ବି ସି ବର୍ଗ ନିର୍ବାଚନ ଲଢିବା ରେ ଦ୍ଵନ୍ଦ ରେ ଅଛନ୍ତି ।ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା ଓ ବି ସି ବର୍ଗଙ୍କୁ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବିରେ ଜିଲ୍ଲାପାଳ ଙ୍କୁ ଭେଟି ଆସନ୍ତା ୩ ତାରିଖରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଦେବା ଓ ସାରା ଜିଲ୍ଲାରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ନିଷ୍ପତି ହୋଇଛି। ଉକ୍ତ ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ବି ସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ପ୍ରଧାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ ଓବିସି ମୋର୍ଚ୍ଚା ପ୍ରଭାରୀ ପ୍ରଦୀପ ପ୍ରଧାନ ସାଧାରଣ ସମ୍ପାଦକ ସୁଦିପ ଗଡନାୟକ୍ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ ଓ ବି ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଯଶୋବନ୍ତ ପ୍ରସାଦ ବେହେରା, ଲକ୍ଷ୍ମଣ କୁମାର ସାହୁ ,ଉପସଭାପତି କହ୍ନେଇ ସାହୁ,ବିଭୂତି ସାହୁ,ସମ୍ପାଦକ ହରେକୃଷ୍ଣ ପ୍ରଧାନ,ସୁଧାକର ବେହେରା,ନବକିଶୋର ପ୍ରଧାନ,ମିଲପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।