ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ଦାୟିତ୍ୱର ସହ ନିଜର କାର୍ଯ୍ୟ ସମ୍ପାଦନ ଓ ବିରତ୍ୱ ପାଇଁ ମିଳିଲା ରାଷ୍ଟ୍ରପତି ବିରତ୍ୱ ସ୍ନମ୍ମାନ । ଆଉ ଏହି ସ୍ନମ୍ମାନ ରେ ସ୍ନମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲା ପାଳଲହଡା ଉପଖଣ୍ଡର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ ଶ୍ରୀପ୍ରକାଶ କୁମାର ବଳ । ଆଉ ଏହି ସ୍ନମ୍ମାନ ରେ ସମ୍ମାନିତ ହେବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀ ବଳ । ଖାଲି ସେତିକି ନୁହେଁ ବରଂ ଅଞ୍ଚଳବାସୀ ମଧ୍ୟ ଶ୍ରୀ ପ୍ରକାର ଙ୍କ ଏଭଳି କୃତିତ୍ବ ପାଇଁ ଗୌରବାନ୍ୱିତ ଅନୁଭବ କରିଛନ୍ତି ।
ହେଲେ କାହିଁକି ଶ୍ରୀପ୍ରକାର ଙ୍କୁ ମିଳିଲା କଣ ରହିଛି ଏହା ପଛର କାହାଣୀ ?
ଘଟଣା ଟି କିଛି ଏହି ପରି , ୨୦୧୯ ମସିହା ଜୁନ ମାସ ୭ ତାରିଖ ର ଘଟଣା । ପାଳଲହଡା ଉପକଣ୍ଠ ଖମାର ଥାନା ଅନ୍ତର୍ଗତ ଓଡ଼ସ ଗ୍ରାମ । ଏହି ଗ୍ରାମ ଦେଇ ବୋହି ଯାଇଥିବା ଅନ୍ଧାରୀ ନଦୀ ରେ ପ୍ରବଳ ବର୍ଷା ଯୋଗୁଁ ହଠାତ କ୍ଷିପ୍ର ବେଗରେ ମାଡି ଆସିଥିଲା ପାହାଡ଼ ର ବନ୍ୟା ଜଳ । ଆଉ ଠିକ ଏହି ସମୟରେ ଏହି ନଦୀ କୁ ପାର ହେଉଥିବା ଦୁଇ ଯୁବକ ଙ୍କ ପାଇଁ ସତେ ଯେମିତି କଳା ବାଦଲ ଘୋଟି ଆସିଥିଲା । ପ୍ରଖର ନଦୀ ସ୍ରୋତ କୁ ପ୍ରତିହତ କରି ଆଗକୁ ବଢିବା କୁ ଉଦ୍ୟମ ବେଳେ ହଠାତ ନଦୀ ଗର୍ଭରେ ନିଖୋଜ ହୋଇଥିଲେ । ତେବେ ସେହି ଦୁଇ ଜଣ ଙ୍କ ମଧ୍ୟରୁ ଗୋବିନ୍ଦ ଦାସ ନାମକ ଜଣେ ଯୁବକ ନଦୀ ଭାସି ଏକ ଗଛ ଡାଳ କୁ ଧରି ଦୀର୍ଘ ସମୟ ଧରି ସେଠି ମରଣ ଓ ଜୀବନ ର ଦୋଛକି ରେ ଜୁଝି ହେଉଥିଲେ । ଏ ନେଇ ସୂଚନା ପାଇବା ପରେ ଦମକଳ ବାହିନୀ ପକ୍ଷରୁ ଶ୍ରୀ ପ୍ରକାର ନିଜ ଜୀବନ କୁ ବାଜି ରେ ଲଗାଇ ନଦୀ ର ପ୍ରଖର ସ୍ରୋତ ସତ୍ୱେ ସମ୍ପୃକ୍ତ ଯୁବକ ଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇ ଥିଲେ । ଦିଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଶ୍ରୀ ବଳ ଙ୍କୁ ଏହି ସ୍ନମ୍ମାନରେ ସଂମାନିତ କରାଯାଇଛି ।