ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ତଥା ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ର ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ କରାଯାଉଛି।ରାଜ୍ୟରେ ଦୈନିକ ୪ ଦୁଷ୍କର୍ମ,୬ ମହିଳା ଙ୍କୁ ଅପହରଣ ହେଉଥିବା, ତଥା ୫ ବର୍ଷରେ ୨୭୦୦୦ ଶିଶୁ ନିଖୋଜ ହୋଇଛନ୍ତି ଯାହାକି ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି,ମମିତା ହତ୍ୟାକାଣ୍ଡ ରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ସମ୍ପୃକ୍ତି ନେଇ ତାଙ୍କୁ ବହିଷ୍କାର କରିବା, ଘଟଣାର ସିବିଆଇ ତଦନ୍ତ କରିବା, କେନ୍ଦ୍ର ସରକାର ୨୦୧୮ ମସିହାରେ ପ୍ରତ୍ୟେକ ରାଜ୍ୟରେ ମହିଳା ଏବଂ ଶିଶୁ ଙ୍କ ଉପରେ ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ,୨୦୧୯ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏବଂ ୨୦୨୦ରେ ଖୋଲା ଯାଇଛି ଏବଂ ପୋଲିସ ମୁଖ୍ୟାଳୟ ରେ ଜଣେ ବରିଷ୍ଠ ଅଫିସର ଙ୍କୁ ଦାୟିତ୍ୱ ଦିଆ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ଅଦ୍ୟାବଧି କୌଣସି ସେଭଳି ଅଫିସର ନିଯୁକ୍ତି ହୋଇ ନାହାଁନ୍ତି ବୋଲି ବିଜେପି ମୋର୍ଚ୍ଚା ଅଭିଯୋଗ କରିଛି। ବିଜେପି ବିଧାୟିକା କୁସୁମ ଟେଟେ ଯାଇ ପୋଲିସ ମୁଖ୍ୟାଳୟ ବୁଲି ଆସିବା ପରେ ଏଭଳି କୌଣସି ବ୍ୟବସ୍ଥା ହୋଇ ନାହିଁ ବୋଲି ଜାଣିବାକୁ ପାଇଥିଲେ ସେଥିପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମିଥ୍ୟା କହୁଛନ୍ତି ଏବଂ ମହିଳା ଏବଂ ଶିଶୁ ମାନଙ୍କ ପ୍ରତି ତାଙ୍କର ଦରଦ କେତେ ବୋଲି ସ୍ପଷ୍ଟ ବାରି ହୋଇ ଯାଉଛି।ଏ ସମସ୍ତ ତଥ୍ୟକୁ ଭିତ୍ତିକରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମହିଳା ମୋର୍ଚ୍ଚା ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି।ଏହି କାର୍ଯ୍ୟକ୍ରମରେ ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ,ସୁଚିସ୍ମିତା ତ୍ରିପାଠୀ, ସୁଜାତା ଦାସ,ଅର୍ପଣା ସାହୁ,ରୋଜା ଲୀନ ଦାସ, ନିରୋଜ ନଳିନୀ ମହାଳିକ,ସଂଯୁକ୍ତା ମହାରଣା, ରିତାରାଣୀ ସାମନ୍ତ,ସରିତା ମିଶ୍ର, ସୁଜାତା ସାହୁ, ତିଲତମା ସାମନ୍ତ, ନମିତା ଦଳ ବେହେରା,ଲିନାରାଣୀ ବେହେରା, ଶୋଭାଗିନୀ ପ୍ରଧାନ,ରଂଜିତା ନାଏକ, ଜୁଲି ରାଣୀ ସ୍ୱାଇଁ,ଉର୍ମିଳା ନାଏକ, ମାଧବୀ ମହାପାତ୍ର, ପ୍ରମୁଖ ଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।